Only for Entertainment

ସଙ୍ଗୀତ ସମାରୋହରେ ଦେଖିବାକୁ ମିଳିଲା ମିଲିନ୍ଦ-ଅଙ୍କିତାଙ୍କ ସୁଫିଆନା ଇଶ୍କ, ଭିଡିଓ ଭାଇରାଲ

nd tv
0 52

ସୁପର ମଡେଲ ମିଲିନ୍ଦ ସୋନମ ଏବଂ ଅଙ୍କିତା ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ନିକଟରେ ଦୁହିଁଙ୍କ ସଙ୍ଗୀତ ଏବଂ ମେହେନ୍ଦୀ ସମାରୋହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ସହିତ ମିଲିନ୍ଦ ଏବଂ ଅଙ୍କିତାଙ୍କ ରୋମାଣ୍ଟିକ ଡ୍ୟାନ୍ସ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

 

ସଙ୍ଗୀତ ସମାରୋହରେ ମିଲିନ୍ଦ ଅଙ୍କିତାଙ୍କ ସହିତ ବଲିଉଡ ନମ୍ବର ‘ତେରେ ବାସତେ ଇଶ୍କ ସୁଫିଆନା’ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ସଙ୍ଗୀତ ସମାରୋହରେ ଅଙ୍କିତା ପିଙ୍କ୍ କଲରର ଶାଢୀ ପିନ୍ଧିଥିବା ବେଳେ ମିଲିନ୍ଦ ବ୍ଲୁ କଲର କୁର୍ତ୍ତାରେ ନିଜର ଆସିଛନ୍ତି ।

milind-soman-759

ଶନିବାର ସକାଳେ ମିଲିନ୍ଦ ଏବଂ ଅଙ୍କିତାଙ୍କର ହଳଦୀ ଏବଂ ମେହେନ୍ଦୀ ସମାରୋହର ଫଟୋ ସାମ୍ନାକୁ ଆସିଛି । ଦୁହେଁ ଫଟୋରେ ଖୁବ ଖୁସିଥିବା ନିଜର ଆସିଛନ୍ତି । ଖବର ଶୁଣିବାକୁ ମିଳିଥିଲା ଯେ ଶନିବାର ଦୁହେଁ ବିବାହ କରିବେ ମାତ୍ର ଶନିବାର ସଂଧ୍ୟ୍ୟାରେ ସଙ୍ଗୀତ ସାମାରୋହ ଅନୁଷ୍ଠିତ ହୋଇଛି ।

ଖବର ଅନୁସାରେ ୫୨ ବର୍ଷୀୟ ମିଲିନ୍ଦ ଏବଂ ୨୫ ବର୍ଷ ସାନ ଅଙ୍କିତାଙ୍କ ବିବାହ ଆଲିବାଗ ଠାରେ ଅନୁଷ୍ଠିତ ହେବ । ସେହିପରି ମେହେନ୍ଦୀ ସମାରୋହରେ ନିଲିନ୍ଦ ଏବଂ ଅଙ୍କିତା ଜବରଦସ୍ତ ଡ୍ୟାନ୍ସ କରୁଥିବା ମଧ୍ୟ ନଜର ଆସିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More