Only for Entertainment

ମିଲିନ୍ଦ ସୋମନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ହେଲା ଭାଇରାଲ, ବୟସକୁ ନେଇ ହେଲା ଚର୍ଚ୍ଚା !

27

ପ୍ରସିଦ୍ଧ ମଡେଲ ଏବଂ ଅଭିନେତା ମିଲିନ୍ଦ ସୋମନ ଏବଂ ଅଙ୍କିତା କୋମ୍ବରଙ୍କ ବିବାହ ଖବର ଅନେକ ଦିନ ଧରି ସୋସିଆଲ ମିଡିଆରେ ଖେଳି ହୋଇରହିଥିଲା । ନିଜ ଠାରୁ ୨୮ବର୍ଷ ସାନ ଝିଅକୁ ବିବାହ କରିବା କାରଣରୁ ମିଲିନ୍ଦ ଖୁବ ଟ୍ରୋଲ ମଧ୍ୟ ହୋଇଥିଲେ । କିନ୍ତୁ ମିଲିନ୍ଦ ଏହାକୁ ନଜର ଅନ୍ଦାଜ କରିଥିଲେ । ଏହି ଅଭିନେତା ନିଜ ଷ୍ଟାଇଲ ଏବଂ ଫିଟନେଓ ପାଇଁ ମଧ୍ୟ ସବୁବେଳେ ଖୁବ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ମିଲିନ୍ଦ ୯୦ଦଶକର ନିଜର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ଉପରେ ଅନେକ ଝିଅ ତାଙ୍କୁ ନିଜ କ୍ରଶ ବୋଲି କହି ନିଜ ମନ କଥା କମେଂଟରେ ଲେଖିଛନ୍ତି ।

ଅସଲରେ ୫୩ବର୍ଷର ମିଲିନ୍ଦ ନିଜ ଯୁବାବସ୍ଥା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ଯେତେବେଳେ ସେ ସେଭ୍ କରୁଥିଲେ ଏବଂ ଯୋତା ପିନ୍ଧୁଥିଲେ , ବୟସ ୨୪ବର୍ଷ ଥିଲା । ଏହି ଫଟୋକୁ ଖୁବ ପସନ୍ଦ କରିବାରେ ଲାଗିଛନ୍ତି ୟୁଜର୍ସ । ଜଣେ ୟୁଜର ଲେଖିଛନ୍ତି ବୟସ କେବଳ ନମ୍ବର ଅଟେ ।

 

View this post on Instagram

 

#ThrowbackThursday 1990 😃😃😃 when I used to shave, wear suits and shoes 😋 age 24..

A post shared by Milind Usha Soman (@milindrunning) on


ଏଠାରେ ଆମେ କହି ରଖୁଛୁ ଯେ ମିଲିନ୍ଦ ସୋମନ ମେଡ ଇନ ଇଣ୍ଡିଆ ମ୍ୟୁଜିକ ଭିଡିଓ ପାଇଁ ଖୁବ ପ୍ରସିଦ୍ଧ ହୋଇଥିଲେ । ସେ ଶେଷଥର ହମାରା ତିରଙ୍ଗାରେ ନଜର ଆସିଥିଲେ । ମାତ୍ର ଏବେ ସେ ଫ୍ୟାଶନ ଦୁନିଆ ଅଧିକ ଆକ୍ଟିଭ ,କିନ୍ତୁ ଫିଲ୍ମ ଦୁନିଆ ଠାରୁ ଅନେକ ଦୂରରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More