Only for Entertainment

ମିଲିନ୍ଦ ସୋମନଙ୍କ ସହ ୮୦ବର୍ଷ ବୟସ୍କା ମା’ ଦଣ୍ଡ ମାରୁଥିବାର ଆସିଲେ ନଜର, ଭିଡ଼ିଓ ଭାଇରଲ !

45

ମଡେଲ୍‌ ମିଲିନ୍ଦ ସୋମନଙ୍କୁ ଅଣଆନୁଷ୍ଠାନିକ ଭାବେ ଫିଟ୍‌ନେସ୍‌ର ଆମ୍ବାସଡର ବୋଲି କହିଲେ କିଛି ଭୁଲ୍‌ ହେବ ନାହିଁ। କିପରି ଭାବେ ଜୀବନରେ ଫିଟ୍‌ନେସ୍‌ର ଗୁରୁତ୍ୱ ରହିଛି ଏହି ମଡେଲ୍‌ ତଥା ଅଭିନେତା ଜଣକ ସବୁବେଳେ ଲୋକଙ୍କୁ ସେ ବିଷୟରେ ବାର୍ତ୍ତା ଦେଇ ଆସିଛନ୍ତି। ସେ ଶିକ୍ଷା ଦିଅନ୍ତି କି ଜିମ୍‌ଠାରୁ ବି ଦୌଡ଼ କେତେ ଜରୁରୀ। ବ୍ୟାୟାମରେ କ’ଣ ଗୁରୁତ୍ୱ ରହିଛି। ଆଜି ଆମେ ଆପଣଙ୍କ ଜଣାଇ ଦେଉଛୁ ଯେ ମିଲିନ୍ଦଙ୍କର ଏହି ଗୁଣ ତାଙ୍କ ରକ୍ତରେ ରହିଛି। ଦିଆଯାଇଥିବା ଭିଡିଓଟିରେ ମିଲିନ୍ଦଙ୍କ ୮୦ ବର୍ଷୀୟା ମାଆଙ୍କୁ ଦଣ୍ଡ ମାରୁଥିବାର ଦେଖିବା ପରେ ଆପଣ ନିଶ୍ଚିତ ହୋଇଯିବେ।

ମିଲିନ୍ଦଙ୍କ ମାଆ ଉଷା ଦେବୀଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିିଛି। ଏଥିରେ ଦେଖିବାକୁ ମିଳିଛି ଯେ ଉଭୟ ମାଆ-ପୁଅ ସାଙ୍ଗ ହୋଇ ଦଣ୍ଡ ମାରୁଛନ୍ତି। ୮୦ ବର୍ଷ ବୟସରେ ଉଷା ଦେବୀ ଲଗାତର ଭାବେ ୧୬ ଥର ଦଣ୍ଡ ମାରିବା କଥା ସମସ୍ତଙ୍କୁ ଚକିତ କରିଛି।

ମିଲିନ୍ଦ ତାଙ୍କ ଟ୍ଵିଟର୍‌ରେ ଭିଡିଓଟିକୁ ସେୟାର୍‌ କରି ମାଆଙ୍କ ପ୍ରତି ନିଜର ଭଲପାଇବା ଜାହିର କରିଛନ୍ତି। ବିଶ୍ୱ ମାତୃ ଦିବସ ଅବସରରେ ମିଲିନ୍ଦ କହିଛନ୍ତି ସବୁବେଳେ ମାତୃ ଦିବସ ପାଳିବା ପାଇଁ ମାଆକୁ ଫିଟ୍‌ ରଖିବା ଜରୁରି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More