Only for Entertainment

ମୁକ୍ତିଲାଭ କଲା ଆଗାମୀ ଆକ୍ସନ୍ – ରୋମାଂଟିକ୍ ଚଳଚ୍ଚିତ୍ର ମିଲନ୍ ଟକିଜର ପ୍ରଥମ ଗୀତ !

52

ହୋଲିକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଏହାର ଜଶନ୍ ଦେଖିବାକୁ ମିଳିଲାଣି ବଲିଉଡରେ । ଯାହା ଦେଖିବାକୁ ମିଳିଛି ଆଗାମୀ ବଲିଉଡ୍ ଫିଲ୍ମ ମିଲନ୍ ଟକିଜର ନୂଆ ଗୀତରେ । ହୋଲି ଥିମ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ମିକା ସିଂ ଓ ଶ୍ରେୟା ଘୋଷାଲଙ୍କ ଦମଦାର୍ ଗାୟିକି ।

ମୁକ୍ତିଲାଭ କଲା ଆଗାମୀ ଆକ୍ସନ୍ – ରୋମାଂଟିକ୍ ଚଳଚ୍ଚିତ୍ର ମିଲନ୍ ଟକିଜର ପ୍ରଥମ ଗୀତ । ଯାହାର ଟାଇଟେଲ୍ ରିହଛି ‘ମାଇଣ୍ଡ ନା କରିଓ ହୋଲି ହୈ’ । ହୋଲି ର ଥିମ୍ ଉପରେ ପ୍ରସ୍ତୁତ କରାଯାଇଛି ଏହି ଗୀତଟି । ଯେଉଁଥିରେ ଫିଲ୍ମରେ ଲିଡ୍ ଷ୍ଟାର୍ ଅଲ୍ଲି ଫଜଲ୍ ଓ ଶ୍ରଦ୍ଧା ଶ୍ରିନାଥଙ୍କ ଡ୍ୟାନ୍ସ ରୋମାନ୍ସ ଦେଖିବାକୁ ମିଳିଛି । ହୋଲିକୁ ଆଉ ଅଳ୍ପ କିଛି ଦିନ ବାକି ରହିଥିବାବେଳେ ସିନେମାରେ ଏଭଳି ଏକ ମସ୍ତି ଭରା ଗୀତକୁ ସ୍ଥାନ ଦେଇଛନ୍ତି ମେକର୍ । ଗୀତରେ ଶୁଣିବାକୁ ମିଳିଛି ମିକା ସିଂ ଓ ଶ୍ରେୟା ଘୋଷାଲଙ୍କ ଆକର୍ଷଣୀୟ ଗାୟିକି ।

ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ରାଣା ମଜୁମଦାର୍ । ଗୀତର ଲିରିକ୍ସ ଦେଇଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ଏକ ଭିନ୍ନ ସ୍ୱାଦର ପ୍ରେମକାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ମିଲନ୍ ଟକିଜରେ ଅଲ୍ଲି ଓ ଶ୍ରଦ୍ଧାଙ୍କ ବ୍ୟତୀତ ଅନ୍ୟାନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଆଷୁତୋଷ ରାଣା, ସଂଜୟ ମିଶ୍ରା, ରିଚ୍ଚା ସିହ୍ନା, ତିଗ୍ମାଂଶୁ ଧୂଲିଆ ଓ ସିକନ୍ଦର୍ ଖେର୍ ଆଦି କଳାକାର । ପି.ଏସ୍ ଚଟୱାଲଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ତିଗମାଂସୁ ଧୂଲିଆ । ହୋଲି ଅବସରରେ ପରଦାକୁ ଆସିବ ଚଳଚ୍ଚିତ୍ର ମିଲନ ଟକିଜ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More