Only for Entertainment

ଉଜ୍ୱଳ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ପୋଦିନା ପତ୍ର

50

ପୁଦିନା ଏବଂ ମହୁକୁ ବ୍ୟବହାର କରି ଆପଣ  ମୁହଁର ଦାଗ ଲିଭାଇବା ସହ ଚମକ ମଧ୍ୟ ଆଣିପାରିବେ। ପ୍ରଥମେ ପୁଦିନାକୁ ପେଷ୍ଟ କରି ଦିଅନ୍ତୁ ଏବଂ  ସେଥିରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। ଆପଣ ଏହାକୁ ମୁହଁରେ ଲଗାଇ ୨୦ ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହା  ମଶ୍ଚରାଇଜର୍‌ ଭଳି କାମ ଦେବ। ସପ୍ତାହରେ ଦୁଇରୁ ତିନି ଥର ଏପରି କଲେ ମୁହଁରୁ ଦାଗ ଲିଭିବା ସହ ତ୍ୱଚା ଗ୍ଲୋ କରିବ।

 

ପୁଦିନାକୁ ଟୋନର ଭାବେ ବ୍ୟବହାର କରି ମଧ୍ୟ ଆପଣଙ୍କ ସ୍କିନ୍‌ର ଉଜ୍ଜ୍ୱଳତା ଫେରାଇ ଆଣିପାରିବେ। ଏହାର ଟୋନର୍‌ ତିଆରି କରିବା ପାଇଁ ଆପଣ ପ୍ରଥମେ ପୁଦିନା ପତ୍ରକୁ ପାଣିରେ ଫୁଟାଇ ଦିଅନ୍ତୁ। ଏହି ପାଣିକୁ ଆପଣ ଟୋନର୍‌ ଭାବେ ବ୍ୟବହାର କରନ୍ତୁ। କୌଣସି ସଫା କପଡ଼ାକୁ ପୁଦିନା ପାଣିରେ ବୁଡ଼ାଇ ମୁହଁକୁ ପୋଛନ୍ତୁ। ଏହା କଲେ ଆପଣଙ୍କ ମୁହଁ ପୂର୍ବ ଅପେକ୍ଷା ସଫା ଦେଖାଯିବ।

 

ପୁଦିନାରେ ସ୍କ୍ରବ୍‌ ତିଆରି କରିବା ପାଇଁ ପ୍ରଥମେ ପୁଦିନାକୁ ପାଣିରେ ଫୁଟାଇ ଦିଅନ୍ତୁ। ଏହାକୁ ଥଣ୍ଡା କରି ବରଫ ଟ୍ରେରେ ଫିଜ୍‌ରେ ରଖି ଦିଅନ୍ତୁ। ପରେ ଏହି ବରଫକୁ ସ୍କ୍ରବ୍‌ ଭାବେ ମୁହଁରେ ବ୍ୟବହାର କରନ୍ତୁ। ଏହାକୁ ଆପଣ ଫ୍ରିଜ୍‌ରେ ରଖି ଇଚ୍ଛା ଅନୁସାରେ ବ୍ୟବହାର କରି ପାରିବେ।

 

ଓଟ୍ସକୁ ପୁଦିନା ସହ ବ୍ୟବହାର କରି ଆପଣ ମୁହଁର ଦାଗ ଲିଭାଇବା ସହ ଉଜ୍ଜ୍ୱଳତା ମଧ୍ୟ କରିପାରିବେ। ଏହାକୁ ବ୍ୟବହାର କରିବା ପାଇଁ ଆପଣ ଓଟ୍ସ ଏବଂ ପୁଦିନାକୁ ମିଶାଇ ଏକ ଗାଢ଼ା ପେଷ୍ଟ ତିଆରି କରନ୍ତୁ। ଏହାକୁ ଆପଣ ମୁହଁରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ। ବହୁତ କମ୍‌ ଦିନରେ ଆପଣ ତ୍ୱଚାରେ ଚମକ ଫେରି ପାଇବା ପରି ଅନୁଭବ କରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More