Only for Entertainment

ବିରିୟାନୀର ସ୍ୱାଦକୁ ବଢାଇବ ମିର୍ଚି ସାଲନ, ଜାଣନ୍ତୁ କିଭଳି ପ୍ରସ୍ତୁତ କରିବେ

swastis recipes
52

ଏବେ ଚାଲିଛି ପଂଚୁକ । କୁହାଯାଏ ପଂଚୁକରେ ବଗ ମଧ୍ୟ ଆମିଷ ଖାଇବା ଛାଡ଼ିଦିଏ । ତେଣୁ ଏହି ପାଂଚ ଦିନ କେହି ମଧ୍ୟ ଆମିଷ ଖାଆନ୍ତି ନାହିଁ । ଏହି ସମୟରେ ଆପଣ ଘରେ ସାଧା ବିରିୟାନୀ ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ, କିନ୍ତୁ ଏହାର ସ୍ୱାଦକୁ ବଢାଇବା ପାଇଁ ଆମେ ଆପଣଙ୍କୁ ଶିଖାଇବୁ ଏକ ନୂଆ ରେସିପି । ଏହା ହାଇଦ୍ରାବାଦରେ ବିବାହରେ ଏବଂ ରେଷ୍ଟୁରାଂଟରେ ମିଳିଥାଏ । ଏହା ଖୁବ ସ୍ୱାଦିଷ୍ଟ । ଆସନ୍ତୁ ଆଲୋଚନା କରିବା ।

ଏଥିପାଇଁ ଆପଣ ଖୁବ ରାଗ ଲଙ୍କା ନ ନେଇ ସାମାନ୍ୟ ରାଗ ଥିବା ଲଙ୍କା ନିଅନ୍ତୁ । ଏବେ ବାଦାମକୁ କମ ଆଂଚରେ ଭାଜନ୍ତୁ । ଏହା ଦ୍ୱାରା ବାଦାମ ସ୍ୱାଦିଷ୍ଟ ଲାଗିଥାଏ ଏବଂ ସୁଗନ୍ଧ ମଧ୍ୟ ହୋଇଥାଏ । ତେବେ ଏହାର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ ରାଶି । ଯଦି ଆପଣଙ୍କ ନିକଟରେ ନାହିଁ ତେବେ ନଡ଼ିଆ ନେଇ ପାରିବେ । ପାରମ୍ପରିକ ଭାବରେ ଏଥିରେ ସାମାନ୍ୟ ଖଟା ସ୍ୱାଦ ଆଣିବା ପାଇଁ ତେନ୍ତୁଳି ରସ ମିଶାଯାଏ, କିନ୍ତୁ ଏହା ବଦଳରେ ଆପଣ ଲେମ୍ବୁ ରସ ମିଶାଇ ପାରିବେ । ତେବେ ରଖିଥିବା କଂଚା ଲଙ୍କାକୁ ତେଲରେ ସାମାନ୍ୟ ଫୁଟାଇ ସେଥିରେ ପକାନ୍ତୁ ଓ ଫ୍ରିଜରେ ରଖନ୍ତୁ । ଖାଇବା ସମୟରେ ଗରମ କରି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More