Only for Entertainment

ମିସ ଆଫ୍ରିକାଙ୍କ କେଶରେ ଲାଗିଲା ନିଆଁ, ଦେଖଣାହାରୀଙ୍କ ନିଶ୍ୱାସ ଗଲା ଅଟକି !

35

ମିସ ଆଫ୍ରିକା ୨୦୧୮ର ଶେଷ ଖୁବ ଦୁଃଖମୟ ହୋଇଛି । ମିସ କଙ୍ଗୋ ୨୦୧୮ଡୋରକାସ କାସିନ୍ଦେଙ୍କ କେଶରେ ହଠାତ ଲାଗିଗଲା ନିଆଁ । ଯେତେବେଳେ ତାଙ୍କୁ ମିସ ଆଫ୍ରିକାର କ୍ରାଉନ ପିନ୍ଧା ଯାଉଥିଲା ଘଟିଥିଲା ଅଭାବନୀୟ ଘଟଣା । ସୋସିଆଲ ମିଡିଆରେ ଏହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ କସିନ୍ଦେ ଜିତିବା ପରେ ନିଜ କମ୍ପିଟିଟରଙ୍କୁ ଆଲିଙ୍ଗନ କରିଥିଲେ । ସେହି ସମୟରେ ଅଚାନକ ତାଙ୍କ କେଶରେ ନିଆଁ ଲାଗିଯାଇଥିଲା । ୨୪ବର୍ଷୀୟ କାସିନ୍ଦେଙ୍କୁ ଜଣା ହିଁ ନଥିଲା କି ତାଙ୍କ କେଶରେ ନିଆଁ ଲାଗିଛି ।

ଯେମିତି ନିଆଁ ଲାଗିଗଲା ସମସ୍ତେ ଷ୍ଟେଜ ଉପରକୁ ଚଢି ତାଙ୍କୁ ସାହାଯ୍ୟ କରିବା ପାଇଁ ବାହାରିଥିଲେ । ଏହି ଘଟଣା କାରଣରୁ କିଛି ସମୟ ପାଇଁ ଇଭେଂଟରେ ରୋକ ଲଗାଯାଇଥିଲା । ଷ୍ଟ୍ରେ ସ୍ପାର୍କ କାରଣରୁ ତାଙ୍କ କେଶରେ ଲାଗିଯାଇଥିଲା ନିଆଁ । ଏହି ଇଭେଂଟ ନାଇଜେରିଆରେ ହୋଇଥିଲା । ଲୋକମାନେ ଯେତେବେଳେ ଏହି ନିଆଁ ଦେଖିଥିଲେ ଚିତ୍କାର କରିବା ଆରମ୍ଭ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More