Only for Entertainment

ସାପକୁ ଦେବତା ଭାବି ପୂଜା କରୁଥିଲେ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ,ଘରେ ହିଂସ୍ର ପାଇଥନ ସହ ବିତୁଛି ଜୀବନ ।

amarujala
0 83

ଆଜି ୱାର୍ଲଡ ସ୍ନେକ ଡେ । ଆମେ ସମସ୍ତେ ଜାଣୁଯେ ସାପ ଯେତେ ହିଂସ୍ର ଏବଂ ବିଷାକ୍ତ ହେଲେ ମଧ୍ୟ ହିନ୍ଦୁ ଧର୍ମରେ ନାଗ ସାପକୁ ପୂଜା କରାଯାଏ । ସେମାନଙ୍କୁ ନେଇ କେତେକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି ଏବଂ ଫିଲ୍ମରୁ ଭଲ ରୋଜଗାର ମଧ୍ୟ ମିଳିଛି । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ହିରୋଇନଙ୍କ ବିଷୟରେ କହିବୁ ଯିଏ ତାଙ୍କ ଘରେ ସାପକୁ ପାଳିଛନ୍ତି ।
ଅଭିନେତ୍ରୀ ଜଣକ ହେଉଛନ୍ତି ସୁଷ୍ମିତା ସେନ । ୧୯୯୪ରେ ବିଶ୍ୱସୁନ୍ଦରୀର ତାଜ ଜିତି ପୂରା ଭାରତକୁ ସେ ଗର୍ବିତ କରିଥିଲେ । ୧୯୯୬ରେ ସେ ଫିଲ୍ମ ‘ଦସ୍ତକ’ରେ ବଲିଉଡରେ ଡେବ୍ୟୁ କରିଥିଲେ ।

୧୯୭୫ରେ ଏକ ବଙ୍ଗାଳୀ ପରିବାରରେ ଜନ୍ମ ହୋଇଥିବା ସୁଷ୍ମିତାଙ୍କ ବାପା ଇଣ୍ଡିଆନ ଏୟାର ଫୋର୍ସର ଜଣେ ୱିଙ୍ଗ କମାଣ୍ଡର ଥିଲେ ଓ ତାଙ୍କ ମା ଜଣେ ଜୁଏଲରୀ ଡିଜାଇନର ଥିଲେ । କେବଳ ସେତିକି ନୁହେଁ ଦୁବାଇରେ ତାଙ୍କର ଏକ ଜୁଏଲରୀ ଷ୍ଟୋର ମଧ୍ୟ ଥିଲା । ସୁଷ୍ମିତାଙ୍କୁ ପିଲା ଦିନରୁ ଛାତିରେ ଭରା ଦେଇ ଚାଲୁଥିବା ଜୀବ ଖୁବ ପସନ୍ଦ । ଏହି କାରଣରୁ ସୁଷ୍ମିତା ତାଙ୍କ ଘରେ ଏକ ପାଇଥନ ପାଳିଛନ୍ତି । ତେବେ ପାଇଥନ ଭଳି ଏକ ହିଂସ୍ର ଜନ୍ତୁକୁ ପାଳନ କରିବା କୌଣସି ସାଧାରଣ କଥା ନୁହେଁ କିନ୍ତୁ ସୁଷ୍ମିତା ତାଙ୍କୁ ପାଳନ କରିଥିବାକୁ ନେଇ ଜଣାପଡ଼ୁଛି ସେ କେତେ ସାହସୀ ।

୫ ଡିସେମ୍ବର ୨୦୧୬ରେ ହିନ୍ଦୁସ୍ତାନ ଟାଇମ୍ସରେ ଛପା ହୋଇଥିବା ଏକ ରିପୋର୍ଟ ଅନୁସାରେ ସୁଷ୍ମିତା କୌଣସି ଫିଲ୍ମର ସୁଟିଂ କରୁଥିଲେ । ସେହି ସମୟରେ ସେଟ୍କୁ ଏକ ସାପ ଚାଲି ଆସିଲା । ସୁଷ୍ମିତା କିନ୍ତୁ ଡରି ନଥିଲେ ବରଂ ସାପ ସାମ୍ନାକୁ ଯାଇ ବସିଗଲେ ଏବଂ ଏକ ହିନ୍ଦୁ ମନ୍ତ୍ର ଜପ କରିବାକୁ ଲାଗିଲେ । ସେ ସାପକୁ ନାଗ ଦେବତା ଭଳି ପୂଜା କରନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଖବର ନାହିଁଯେ ସୁଷ୍ମିତାଙ୍କ ଘରେ ଏବେ ପାଇଥନ ଅଛି ନା ନାହିଁ ।

ସୁଷ୍ମିତା ଏବେ ଲାଇମଲାଇଟ ଠାରୁ ଦୂରରେ ଅଛନ୍ତି । ସେ ବିବାହ କରିନାହାଁନ୍ତି କିନ୍ତୁ ତାଙ୍କର ଦୁଇଟି ପାଳିତା କନ୍ୟା ଅଛନ୍ତି । ଦୁଇ ଝିଅଙ୍କ ସହିତ ଅଧିକାଂଶ ସମୟରେ ସେ ତାଙ୍କର ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More