Only for Entertainment

ଏମଏଲଏ କଲେ ସରପଂଚଙ୍କୁ ଅପମାନ, ଚେୟାର ଉଠାଈ ବସାଇଲେ ତଳେ !

45

ଯୋଧପୁର ଜିଲ୍ଲାର ଓସିୟାଁ ବିଧାୟକ ଦିବ୍ୟା ମଦେରଣା ପୁଣି ଥରେ ବିବାଦ ଘେରରେ ଫସିଯାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମହିଳା ସରପଂଚଙ୍କର ଖୁବ ଅପମାନ କରିଛନ୍ତି । ବିଧାୟକଙ୍କ ଏଭଳି ବ୍ୟବହାରକୁ ଲୋକମାନେ ଖୁବ ବିରୋଧ କରିଛନ୍ତି ।

ଅସଲରେ ଦିବ୍ୟା ନିଜ ବିଧାନସଭା କ୍ଷେତ୍ରର ଖେତସାର ଗାଁର ଧନ୍ୟବାଦ ସଭାରେ ପହଂଚିଥିଲେ । ଏହି ସଭାରେ ଏକ ମାତ୍ର ମହିଳା ସରପଂଚ ଏବଂ ବାକି ସମସ୍ତେ ପୁରୁଷ ପହଂଚିଥିଲେ । ଭିଡିଓରେ ଦେଖିବାକୁ ମିଳିଛି ଯେ ସରପଂଚ ଚନ୍ଦୂ ଦେବୀ କାର୍ଯ୍ୟକ୍ରମର ମଂଚ ଉପରେ ରଖା ଯାଇଥିବା ଚୌକି ଉପରେ ବସି ଯାଉଛନ୍ତି । କିନ୍ତୁ ଏହାମଧ୍ୟରେ ବିଧାୟକ ତାଙ୍କୁ ଅଟକାଇ ତଳେ ବସିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଦିବ୍ୟାଙ୍କ ଇଶାରା ପାଇଁ ମହିଳା ଜଣକ ତଳେ ବସିଯାଇଥିଲେ । ଏହି ପୂରା ଘଟଣା କ୍ୟାମେରାରେ କଏଦ ହୋଇଯାଇଥିଲା ଯାହା ଦେଖୁ ଦେଖୁ ଭାଇରାଲ ହେବାରେ ଲାଗିଛି । ଏଠାରେ ଆମେ କହି ରଖୁଛୁ ଯେ ଏହାପୂର୍ବରୁ ମଧ୍ୟ ଦିବ୍ୟା ମଥାନିଆ ପାଖ ପୁଲିସଙ୍କୁ ଗାଳି କରୁଥିବାର ଭିଡିଓ ଭାଇରାଲ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More