Only for Entertainment

ରେଡିଓ ଚକଲେଟ୍ ରିଲିଜ କଲା ଆଉ ଏକ ରୋମାଣ୍ଟିକ ରେଡିଓ ସଙ୍ଗ ‘ମୋ ଆଖି ଆଇନା’

you tube
0 38

ଓଡିଶାର ନମ୍ବର ୧ ରେଡିଓ ଚ୍ୟାନେଲ୍ ୧୦୪ ଏଫ୍ଏମ୍ ରେଡିଓ ଚକଲେଟ୍ ଭେଟି ଦେଇଛି ମନଛୁଆଁ ରୋମାଂଟିକ୍ ଗୀତ ‘ମୋ ଆଖି ଆଇନା’ । ଏହି ଗୀତର ଷ୍ଟୁଡିଓ ଭର୍ସନ ଏବେ ମୁକ୍ତିଲାଭ କରିଛି । ଗୀତରେ ଶୁଣିବାକୁ ମିଳିଛି କୁମାର୍ ବାପିଙ୍କ ଆକର୍ଷଣୀୟ ଗାୟିକି । ଅନେକ ଦିନ ପରେ କୁମାର୍ ବାପି ନିଜର ନିଆରା ଗାୟିକି ଜରିଆରେ ଓଡିଆ ସ୍ରୋତାଙ୍କୁ କରିଛନ୍ତି ଏଂଟର୍ଟେନ୍ । ରେଡିଓ ଚକଲେଟ୍ର ୟୁଟୁବ୍ ଚ୍ୟାନେଲ୍ରେ ଏହି ଗୀତ ରିଲିଜ୍ ହୋଇଛି । ଆଉ ଯାହାକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଗୀତରେ ଯେପରି ରହିଛି ସଙ୍ଗୀତ ସେପରି ମନଛୁଆଁ ଲିରିକ୍ସ ବି ଶୁଣିବାକୁ ମିଳିଛି । ସଙ୍ଗୀତ ନିର୍ଦ୍ଦେଶକ କାର୍ତିକ କୁମାର ଗୀତରେ ସଙ୍ଗୀତର ଭାର ତୁଲାଇଥିବାବେଳେ ଗୀତ ରଚନା କରିଛନ୍ତି ଗୁରୁ ଶତପଥୀ ।

ଏହାଛଡା ଗୀତର ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ ବେହେରା । ମିଲନ୍ ଷ୍ଟୁଡିଓ ଏବଂ ଏମଆରଆର୍ ଷ୍ଟୁଡିଓରେ ଏହି ଗୀତର ରେକର୍ଡିଂ ଓ ମିକ୍ସିଂ କରାଯାଇଛି । ସ୍ରୋତାମାନେ ଏହି ଗୀତକୁ ରେଡିଓ ଚକଲେଟରେ ଶୁଣି ପାରିବେ । ଏହାସହ ରେଡିଓ ଚକଲେଟ୍ ଆପରେ ବି ଏହି ଗୀତ ଶୁଣିପାରିବେ ସ୍ରୋତା । ସୋସିଆଲ୍ ମିଡିଆରେ ଗୀତର ଚାହିଦା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More