Only for Entertainment

ପର୍ଯ୍ୟଟକଙ୍କ ପର୍ସ ଚୋରାଇ ଟଙ୍କା ଉଡାଇଲା ମାଙ୍କଡ, ଭିଡିଓ ହେଲା ଭାଇରାଲ

Czaal
0 43

ମାଙ୍କଡମାନଙ୍କର ମାଙ୍କେଡାମି ସମ୍ପର୍କରେ ଆମେ ଅନେକ ଘଟଣା ଦେଖିଥିବା । ନିକଟରେ ଚୀନରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡିଓରେ ମାଙ୍କଡଟି ଜଣେ ମହିଳା ପର୍ଯ୍ୟଟକଙ୍କ ଠାରୁ ପର୍ସ ଚୋରାଇ ଆଣି ତା’ ଭିତରେ ଥିବା ଟଙ୍କାସବୁକୁ ଉଡାଉଥିବା ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ ଏହି ଭିଡିଓଟି ଚୀନର ସିଚୁଆନର ମାଉଣ୍ଟ ଏମିର ଅଟେ । ଏଠାକୁ ନିୟମିତ ସଂଖ୍ୟାଧିକ ପର୍ଯ୍ୟଟକ ଆସୁଥିବା ବେଳେ ଏଠାରେ ମାଙ୍କଡମାନଙ୍କର ଦୌରାତ୍ମ୍ୟ ମଧ୍ୟ କିଛି କମ ନୁହେଁ । ଏଠାକୁ ଜଣେ ପର୍ଯ୍ୟଟକ ବୁଲିବାକୁ ଆସିଥିବା ବେଳେ ମୀଙ୍କଡଟି ସୁଯୋଗ ଦେଖି ତାଙ୍କ ପର୍ସ ଚୋରାଇ ନେଇ ପାଖରେ ଥିବା ଏକ ରେଲିଂରେ ବସି ପର୍ସଟିକୁ ଖୋଲିଥିଲା । ପରେ ପର୍ସରେ ଥିବା ସବୁୁ ପଇସାକୁ ଉଡାଇଦେଇଥିଲା । ପର୍ସ ଖାଲିହେବା ପରେ ମାଙ୍କଡଟି ପର୍ସଟିକୁ ଫିଙ୍ଗି ପଳାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More