Only for Entertainment

ମାଙ୍କଡ ଦେଶୀ ଅନ୍ଦାଜରେ କପଡା ଧୋଉଥିବା ବେଳର ମଜାଦାର ଭିଡିଓ ଭାଇରାଲ !

104

ଆମେ ସମସ୍ତ ଶୁଣିଆସିଛୁ ଯେ ଆମ ପୂର୍ବପୁରୁଷ ମାନେ ମାଙ୍କଡ ଥିଲେ, ଏହିକାରଣରୁ ଯଦି ମଣିଷ ଏବଂ ମାଙ୍କଡର ବ୍ୟବହାରରେ କୌଣସି ସାମଂଜସ୍ୟ ପରିଲକ୍ଷିତ ହୋଇଯାଏ ତେବେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ଏତେ ଜରୁରୀ ନୁହେଁ ।
ମାଙ୍କଡ ମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣ ରହିଛି କି ସେ ମଣିଷଙ୍କ ହରକତକୁ ଖୁବ ଭଲ ଭାବେ ନକଲ କରିଥାଆନ୍ତି । ସେ ମଣିଷର ବସିବା ପ୍ରକ୍ରିୟା ହେଉ କି ଖାଇବା । ଇଂଟରନେଟରେ ଏହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ମଣିଷ ଭଳି କପଡା ଧୋଇବାରେ ଲାଗିପଡିଛି ମାଙ୍କଡ।

ଆଧୁନିକ ଯୁଗରେ ଲୋକମାନେ ୱାଶିଂମେସିନରେ କପଡା ଧୋଉଛନ୍ତି । ମାତ୍ର ଆଗରୁ ହାତରେ କପଡା ଧୋଉଥିଲେ । ସେହି ଦେଶୀ ଅନ୍ଦାଜ ଦେଖିବାକୁ ମିଳିଛି ମାଙ୍କଡ ପାଖରେ ।

ଏହି ମଜାଦାର ଭିଡିଓକୁ ସୁଶାନ୍ତ ନନ୍ଦ ନାମକ ଜଣେ ଆଇଏସ ଅଫିସର ଶେୟାର କରିଛନ୍ତି । ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ସେ କିଭଳି ମାଙ୍କଡଟି ହାତରେ ଲୁଗା ସଫା କରୁଛି ।

ତେବେ ଭିଡିଓ ବିଷୟରେ କହିବାକୁ ଗଲେ ଏହି ଭିଡିଓ କେଉଁ ଦିନର ଏବଂ ଏହା କେବେ ସୁଟ କରାଯାଇଛି ତାହା ସ୍ପଷ୍ଟ ଜଣା ପଡିନାହିଁ । ମାତ୍ର ଭିଡିଓକୁ ୟୁଜର୍ସ ଖୁବ ପସନ୍ଦ କରୁଛନ୍ତି । ଏହିଭଳି ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ମାଙ୍କଡଟି କିପରି ପାଣି ପିଇ ନଳ ବନ୍ଦ କରୁଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More