Only for Entertainment

ଆକାଶରେ ନକଲି ଚନ୍ଦ୍ର ପଠାଇବ ଚୀନ, ଆଲୋକରେ ଭରି ଯିବ ସାରା ଶହର !

56

ଚୀନ ବିଜ୍ଞାନ କ୍ଷେତ୍ରରେ କିଛି ଏଭଳି ହେବାକୁ ଯାଉଛି, ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଚୀନ ୨୦୨୨ବେଳକୁ ନିଜର ୩ଟି ଆର୍ଟିଫିସିଆଲ ଚନ୍ଦ୍ର ଲଂଚ କରିବ । ଏହି ଚନ୍ଦ୍ର କାଚର ହେବ ଏବଂ ସୂର୍ଯ୍ୟ କିରଣରୁ ପ୍ରତିଫଳନ ହୋଇ କିରଣ ପ୍ରଦାନ କରିବ । ଏହି ୩ଟି ଚନ୍ଦ୍ର ୩୬୦ଡିଗ୍ରୀରେ ସ୍ଥାପିତ କରାଯିବ, ଯାହାଦ୍ୱାରା ଏହା ୨୪ଘଂଟା ପର୍ଯ୍ୟନ୍ତ କିରଣ ପ୍ରଦାନ କରିବ । ତିୟାଂଫୁ ସିଷ୍ଟମ ସାଇନ୍ସ ରିସର୍ଚ ଇନଶ୍ଟିଚ୍ୟୁଟର ମୁଖ୍ୟ ବୁ ଚୁନଫେଙ୍ଗ କହିଛନ୍ତି ଯେ ଏହାର କିରଣ ଏବେ ମାତ୍ରାରେ ହେବ ଯେ ଷ୍ଟ୍ରିଟ ଲାଇଟର ଆବଶ୍ୟକତା ପଡିବ ନାହିଁ ।

 

ସୂର୍ଯ୍ୟଙ୍କ କିରଣ ୩୬୦୦ବର୍ଗ କିମିରୁ ୬୪୦୦ବର୍ଗ କିମି କ୍ଷେତ୍ରକୁ କଭର କରିବ ଏବଂ ଏହାର କିରଣ ୮ଗୁଣ ଅଧିକ ହେବାର ସମ୍ଭାବନା ରହିଛି । ବୁ କହିଛନ୍ତି ଏହାଦ୍ୱାରା ଅନେକ ସୁବିଧା ମିଳିପାରେ । ଏହି ଆର୍ଟିଫିଶିଆଲ ଚନ୍ଦ୍ର ପାଖାପାଖି ୧.୨ବିଲିୟନ ୟୁଆନ ବିଜୁଳି ପ୍ରଦାନ କରିବ ।

କେବଳ ସେତିକି ନୁହେଁ କିରଣର ତିବ୍ରତା ସମୟ ଅନୁସାରେ ନିୟନ୍ତ୍ରଣ କରାଯାଇପାରିବ । ମାତ୍ର ନକଲି ଚନ୍ଦ୍ର ଯୋଗୁଁ ଲୋକଙ୍କ ଚିନ୍ତା ମଧ୍ୟ ବଢିଛି । କାରଣ ଏହା ଯୋଗୁଁ ଜୀବଜନ୍ତୁଙ୍କ ଉପରେ କୁପ୍ରଭାବ ପଡିବ । ଚୀନ ବ୍ୟତୀତ ରୁସ ମଧ୍ୟ ଏଭଳି ପ୍ରୟାସ କରି ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More