Only for Entertainment

ମଦର୍ସ ଡେ’ରେ ଶାଶୁ ମା’ଙ୍କୁ ସ୍ପେଶାଲ ଫିଲ କରାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ

VivahCreations
0 68

ଦୁନିଆରେ ମା-ଛୁଆଙ୍କ ସମ୍ପର୍କ ଠାରୁ ଆଉ କିଛି ବଡ ସମ୍ପର୍କ ନାହିଁ । କିନ୍ତୁ ବିବାହ ପରେ ଝିଅମାନେ ଗୋଟିଏ ନୁହେଁ ବଂର ଦୁଇ ଦୁଇଟି ମା ପାଇଥାନ୍ତି । ସ୍ୱାମୀଙ୍କ ବ୍ୟତିତ ଶାଶୁ-ବେହୂ ସମ୍ପର୍କ ଗୋଟିଏ ଝିଅ ପାଇଁ ଖାସ ହୋଇଥାଏ । ତେବେ ମଦର୍ସ ଡେ ଅବସରରେ ନିଜ ଶାଶୁଙ୍କୁ ଖୁସି କରିବା ପାଇଁ ଏବଂ ତାଙ୍କୁ ସ୍ପେଶାଲ ଫିଲ କରାଇବା ପାଇଁ ଆପଣ କିଛି ଉପାୟ ଅବଲମ୍ବନ କରିପାରିବେ । ଏହା କରିବା ଦ୍ୱାରା ଶାଶୁ-ବେହୂ ସମ୍ପର୍କ ଆହୁରି ନିବିଡ ହେବ । ଏହିପରି ଭାବେ ଶାଶୁଙ୍କ ସହିତ ପାଳନ କରନ୍ତୁ ‘ମଦର୍ସ ଡେ’…

ଶାଶୁଙ୍କ ସହିତ ସମୟ ବିତାନ୍ତୁ

pic1
ଏହି ମଉକାରେ ନିଜ ଶାଶୁଙ୍କୁ ଖୁସି କରିବା ପାଇଁ ତାଙ୍କ ସହିତ ପୁରା ଦିନ ସ୍ପେଣ୍ଡ କରନ୍ତୁ । ଶାଶୁଙ୍କୁ ତାଙ୍କ ପସନ୍ଦର ସ୍ଥାନକୁ ବୁଲାଇବା ପାଇଁ ନିଅନ୍ତୁ । ଏହା କରିବା ଦ୍ୱାରା ସମ୍ପର୍କରେ ଆହୁରି ନିବିଡତା ଆସିବ ।

ସାଥି ହୋଇ ସପିଂ କରନ୍ତୁ

pic2
ଏହି ‘ମଦର୍ସ ଡେ’ରେ ଶାଶୁଙ୍କୁ ସପିଂ ପାଇଁ ନେଇ ଯାଆନ୍ତୁ । ଏହା ସହିତ ତାଙ୍କ ପସନ୍ଦର ଜିନିଷ କିଣି ଆପଣ ତାଙ୍କୁ ଉପହାର ଦେଇପାରିବେ । ଏକା ସହିତ ସପିଂ କରିବା ଦ୍ୱାରା ସମ୍ପର୍କ ଆହୁରି ମଧ୍ୟ ଗଭୀର ହେବ ।

ମୁଭି ଦେଖିବା ପାଇଁ ଯାଆନ୍ତୁ

pic3
ଆପଣ ନିଜ ସ୍ୱାମୀ ଏବଂ ଫ୍ରେଣ୍ଡମାନଙ୍କ ସହିତ ମୁଭି ଯାଉଥିବେ ନିଶ୍ଚିତ କିନ୍ତୁ ଏହି ଅବସରରେ ଶାଶୁଙ୍କ ସହିତ ମୁଭି ଦେଖିବା ପାଇଁ ଯାଆନ୍ତୁ । ଏପରି କରିବା ଦ୍ୱାରା ଦୁହିଁଙ୍କ ମଧ୍ୟରେ ଭଲପାଇବା ବଢିବ । ଆପଣ ଚାହିଁଲେ ଘରେ ମଧ୍ୟ ଶାଶୁଙ୍କ ପସନ୍ଦର ମୁଭି ଦେଖିପାରିବେ ।

ଏକାଠି ରୋଷଇ କରନ୍ତୁ

pic 4
ମଦର୍ସ ଡେ’ ରେ ଶାଶୁଙ୍କୁ ଘର କାମ କରିବା ପାଇଁ ଦିଅନ୍ତୁ ନାହିଁ କିମ୍ବା ତାଙ୍କୁ ଘର କାମରେ ସାହାର୍ଯ୍ୟ କରନ୍ତୁ । ଏପରି କରିବା ଦ୍ୱାରା ଶାଶୁ ଖୁସି ହୋଇଯିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More