Only for Entertainment

ଜୋତା ଚୋରି କରି ଧରା ପଡ଼ିଲେ ମହିଳା ପୋଲିସଙ୍କ ପୁଅ ।

punjabkesari
80

ଜୋତା ପିନ୍ଧିବା ପାଇଁ ମା ଟଙ୍କା ନ ଦେବାରୁ ଦିଲ୍ଲୀ ପୋଲିସର ମହିଳା ସିପାହୀଙ୍କ ପୁଅ ଶୋ’ରୁମରୁ ଜୋତା ଚୋରି କରି ବାହାରିଗଲେ । ସେ ତାଙ୍କ ବନ୍ଧୁଙ୍କ ସହିତ ଖାଲି ପାଦରେ ଶୋ’ରୁମରେ ପହଂଚିଗଲେ । କିନ୍ତୁ ଜୋତା ଚୋରି କରି ବାହାରିବା ସମୟରେ ସେ ସିସିଟିଭିରେ କଏଦ ହୋଇ ଯାଇଛନ୍ତି । ଫୁଟେଜ୍ ଦେଖି ଶୋ ରୁମ ମ୍ୟାନେଜର ସେହି ପିଲାକୁ ଧରିବା ପାଇଁ ସିକ୍ୟୁରିଟିକୁ କହିଲେ । କିନ୍ତୁ ଏହି ମଧ୍ୟରେ ଦୋଷୀର ସାଙ୍ଗ ସେଠାରୁ ଖସି ପଳାଇ ଯିବାରେ ସଫଳ ହୋଇଗଲା । କିନ୍ତୁ ସିକ୍ୟୁରିଟି ଗାର୍ଡ଼ ମହିଳା ପୋଲିସଙ୍କ ପୁଅକୁ ଧରିନେଲା । ଏହାପରେ ପୋଲିସକୁ ସୂଚନା ମଧ୍ୟ ଦେଇଦେଲେ ।

ସୂଚନା ପାଇବା ପରେ ପୋଲିସ ସେହି ପିଲାକୁ ଗିରଫ କଲା । ପୋଲିସର କହିବା ଅନୁସାରେ ଦୋଷୀକୁ ଜେଲ ପଠାଇ ତା’ର ନାବାଳକ ସାଙ୍ଗକୁ ଖୋଜିବା ପ୍ରକ୍ରିୟା ଜାରି ରହିଛି । ସେହି ନବାଳକର ବୟସ ୧୫ ବର୍ଷ ।

ଖବର ଅନୁସାରେ ୨୦ ବର୍ଷୀୟ ଚିନୁ ଦିଲ୍ଲୀ ପୋଲିସରେ ଥିଲେ ଏବଂ ୨୦୦୮ରେ ତାଙ୍କର ମୃତ୍ୟୁ ହୋଇଗଲା, ଯାହାପରେ ସେହି ପଦବୀ ଚିନୁଙ୍କ ମା’ଙ୍କୁ ମିଳିଥିଲା । କହିରଖୁଛୁ ଏହି ଘଟଣା ରବିବାରର ଯେତେବେଳେ ଚିନୁ ଜୋତା ଚୋରିକଲା । ସେ ବି.ଏର ତୃତୀୟ ବର୍ଷରେ ପାଠ ପଢୁଛି । ଚିନୁର ଏକ ଭଉଣୀ ମଧ୍ୟ ଅଛି । ତା କହିବା ଅନୁସାରେ ତା ଜୋତା ଖୁବ ପୁରୁଣା ହୋଇ ଯାଇଥିଲା ସେ କେତେ ଥର ତା ମମିକୁ ନୂଆ ଜୋତା ମାଗିଲା, କିନ୍ତୁ କିଣି ନଦେବାରୁ ସେ ଖାଲି ପାଦରେ ଯାଇ ଜୋତା ଚୋରି କଲା । ପୋଲିସର କହିବା ଅନୁସାରେ ଏହା ପୂର୍ବରୁ ତା’ର କୌଣସି ଅପରାଧିକ ରେକର୍ଡ଼ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More