ଏହି ମା’ ପୁଅଙ୍କ ଯୋଡିକୁ ଦେଖି ଆପଣ ମଧ୍ୟ କହିବେ OMG, ଜାଣନ୍ତୁ କାହିଁକି ?
ଭାରତ ହେଉ କି ବିଦେଶ ସବୁଠି ଝିଅ ବଡ ହେବା ମାତ୍ରେ ମା’କୁ କପି କରିଥାଏ । କେହି ଯଦି ରାସ୍ତାରେ ଦେଖୁ ସେ ଅନୁମାନ କରି ବୁଝି ଯାଉ ଯେ ଏ ହେଉଛନ୍ତି ମା’ ଝିଅ । ସେହିଭଳି ମା’ଙ୍କ ଭଳି ଝିଅ ଦେଖାଗଲେ ଲୋକଙ୍କ ପ୍ରଶଂସା ଶୁଣି ଝିଅ ଖୁସି ହୋଇଯାଏ । କେହି କେବେ ଝିଅକୁ କହିଲେ ତୁ ତୋ ମା’ ଭଳି ହୋଇଛି । ତାହା ଶୁଣି ସବୁ ଝିଅ ଖୁସି ହୋଇଯାଆନ୍ତି । ମାତ୍ର ଏହି ଦୁନିଆରେ ଗୋଟେ ପୁଅ ମା’କୁ କରୁଛି । ସେ ଡ୍ରେସ ହେଉ କି ହେୟାର ଷ୍ଟାଇଲ । ଏହି ପୁଅ ସମସ୍ତ କଥାରେ ନିଜ ମା’କୁ କପି କରୁଛି ।
View this post on Instagram
• ? THE WORLD BEST MOTHER & SON STYLE DUO! • ? BY: [南華早報] SOUTH CHINA MORNING POST @scmpnews
ବ୍ୟାଙ୍ଗକକରେ ରହୁଛନ୍ତି ଏହି ଷ୍ଟାଇଲିସ ମା’ ପୁଅ ଯୋଡି
ମା ଏବଂ ପୁଅଙ୍କ ଷ୍ଟାଇଲିସ ଅନ୍ଦାଜର ଯୋଡି ଥାଇଲାଣ୍ଡର ବ୍ୟାଙ୍ଗକକରେ ରହୁଛନ୍ତ । ଏହି ଷ୍ଟାଇଲିସ ଯୋଡି ମା’ ଏବଂ ପୁଅ ନା ପାଥ୍ରାପୋଲ ଏବଂ ଲି ପୁଇଂଗବୁନପ୍ରା ଅଟେ । ଦୁହିଁଙ୍କର ଫ୍ୟାଶନ ଏବଂ ଷ୍ଟାଇଲ ପ୍ରତି ଭଲ ପାଇବା ରହିଛି ।
ଏହି ଯୋଡିର କହିବା ମୁତାବକ ମ୍ୟାଚିକ ଡ୍ରେସ ପିନ୍ଧିବାର ଏହି ଅନ୍ଦାଜ ୬ବର୍ଷ ପୂର୍ବରୁ ହୋଇଥିଲା । ୬ବର୍ଷ ପୂର୍ବେ ମା ଏବଂ ପୁଅ ଏକାଭଳି କପଡା ପରିଧାନ କରି ନିଜ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରୁଥିଲେ । ଯାହା ଲୋକଙ୍କୁ ପସନ୍ଦ ଆସିଥିଲା ଏବଂ ଏହା ଧୀରେ ଧୀରେ ଭାଇରାଲ ହେବାରେ ଲାଗିଥିଲା । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଏହି ଯୋଡି କେବଳ ଡ୍ରେସ ନୁହେଁ ବରଂ ହେୟାର ଷ୍ଟାଇଲ , ନେଲ ପେଂଟ, ମେକଅପକୁ ନେଇ ମଧ୍ୟ ଦୁହିଁ ଦୁହିଁଙ୍କୁ କପି କରୁଛନ୍ତି ।