Only for Entertainment

ମା ଦୁର୍ଗାଙ୍କ ଦର୍ଶନ କରିବା ଲାଗି ପହଂଚିଲେ ମୌନୀ ରୟ, ପାରମ୍ପାରିକ ବଙ୍ଗାଳୀ ଅନ୍ଦାଜରେ କଲେ ଡ୍ୟାନ୍ସ !

25

ଧରାକୁ ଓହ୍ଲାଇଛନ୍ତି ଜଗଜ୍ଜନନୀ ମାଆ ଦୂର୍ଗା । ସାରା ଦେଶରେ ଏବେ ପାର୍ବଣର ମାହୋଲ । ଆଉ ଏଥିରୁ ବାଦ ପଡ଼ିନାହାନ୍ତି ବଲିଉଡ୍ କଳାକାର । ପୂଜା ପେଣ୍ଡାଲକୁ ଯାଇ ମାଆ ଦୂର୍ଗାଙ୍କ ନିକଟରେ କରିଛନ୍ତି ପୂଜାର୍ଚ୍ଚନା । ପାରମ୍ପରିକ ପୋଷାକରେ ପାରମ୍ପରିକ ରୀତିନୀତିରେ ବଲିଉଡ୍ କଳାକାର ଧୁମଧାମରେ ପାଳୁଛନ୍ତି ଦଶହରା ।

ଏହି ଲିଷ୍ଟରେ ମୌନି ରୟ କିଛି କମ ଯାଦୁ କରିନାହାନ୍ତି । ବଲିଉଡରେ ଡେବ୍ୟୁ କରିଥିବା ମୌନି ରୟ ଦୁର୍ଗା ପୂଜା ସେଲିବ୍ରେଟ କରୁଥିବାର ନଜର ଆସିଛନ୍ତି । ଏହି ପର୍ବରେ ତାଙ୍କ ଲୁକ ଦେଖିବା ଲାୟକ ହୋଇଛି । ସେ ଧଳା ଏବଂ କଳା ରଂଗର ଶାଢୀରେ ଖୁବ ସୁନ୍ଦର ଦିଶୁଥିଲେ । ତାଙ୍କର ଏହି ଲୁକ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ପସନ୍ଦ ଆସିଥିଲା । ଦୁର୍ଗା ପୂଜା କରିବା ପରେ ପାରମ୍ପାରିକ ବଙ୍ଗାଳୀ ଅନ୍ଦାଜରେ ସେ ଧୁନୁଚୀ ନୃତ୍ୟ କରିଥିଲେ ।

ଏହାସହ ଏଠାରେ ଆମେ କହି ରଖୁଛୁ ଯେ ତାଙ୍କ ସହ ଡିରେକ୍ଟର ଆୟନ ମୁଖାର୍ଜୀ ମଧ୍ୟ ନଜର ଆସିଲେ । ଶୁଣିବାକୁ ମିଳିଛି ଯେ ସେ ଡିରେକ୍ଟର ଅୟାନ ମୁଖାର୍ଜୀଙ୍କୁ ଡେଟ କରୁଛନ୍ତି । ମୌନୀ ରୟ ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ତାଙ୍କ ବ୍ୟତୀତ ରଣବୀର କପୂର, ଆଲିୟା ଭଟ୍ଟ, ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More