Only for Entertainment

ରଣବୀର କପୁରଙ୍କ ସହିତ ନଜର ଆସିବେ ହଟ ନାଗିନ ମୌନି

great news channel
0 89

ଟିଭିର ହଟ ନାଗିନ ମୌନି ରୟ ଛୋଟ ପରଦାରେ ଦର୍ଶକଙ୍କ ହୃଦୟକୁ ଜିତିବା ପରେ ବଡ଼ ପରଦାରେ ଅଭିନୟ କରିବା ପାଇଁ ଖୁବ ପ୍ରସ୍ତୁତି କରୁଥିବା ନଜର ଆସିଛି । ନାଗିନ ସିରିଅଲରୁ ନିଜକୁ ଦୂରେଇ ଦେବା ପରେ ହାତରେ ଲାଗିଛି ଦୁଇ ଦୁଇଟି ବଡ଼ ଫିଲ୍ମ । କେବଳ ଖିଲାଡ଼ୀ ଅକ୍ଷୟ କୁମାରଙ୍କ ଗୋଲ୍ଡ ଫିଲ୍ମରେ ନୁହେଁ ବରଂ ସୁପରଷ୍ଟାର ରଣବୀର କପୁରଙ୍କ ସହିତ ମଧ୍ୟ ଅଭିନୟ କରିବେ ନାଗିନ ।

ଖବର ମୁତାବକ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହେଉଥିବା ଫିଲ୍ମ ବ୍ରହ୍ମାସ୍ତ୍ରରେ ମଧ୍ୟ ନେଗେଟିଭ ଚରିତ୍ରରେ ନଜର ଆସିବେ ମୌନି । ତେବେ ଅୟାନ ମୁଖାର୍ଜୀ ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ରଣବୀର କପୁର ଏବଂ ଆଲିୟା ଭଟ୍ଟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହା ସହିତ ଫିଲ୍ମରେ ଅମିତାଭଙ୍କୁ ମଧ୍ୟ ଦର୍ଶକ ଦେଖିବାର ସୁଯୋଗ ପାଇବେ ।

ପ୍ରଥମ ଥର ପାଇଁ ମୌନିଙ୍କୁ ନେଗେଟିଭ ଚରିତ୍ରରେ ଦେଖିବା ଦର୍ଶକଙ୍କ ପାଇଁ ଏକ କୌତୁହଳପୂର୍ଣ୍ଣ ବିଷୟ । ତେବେ ଫିଲ୍ମ ନିର୍ମାତା ମୌନିଙ୍କ ଲୁକକୁ ହାଇଲାଇଟ କରିବା ପାଇଁ ଭିଏଫଏକ୍ସ ସାହାଯ୍ୟରେ ପ୍ରସ୍ତୁତି ଜାରି ରଖିଛନ୍ତି । ସୂଚନା ଅନୁସାରେ ରୀମା କାଗତୀଙ୍କ ନିର୍ଦ୍ଦେଶିତ, ଫରହାନ ଅଖତରଙ୍କ ବ୍ୟାନର ଏକ୍ସେଲ ଏଂଟରଟେନମେଂଟରେ ନିର୍ମିତ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ଗୋଲ୍ଡରେ ମୌନି ବଲିଉଡରେ ପ୍ରଥମ ଥର ପାଇଁ ଡେବ୍ୟୁ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More