Only for Entertainment

International Yoga Day 2019: ମୌନୀ ରୟ ଏହି ଅନ୍ଦାଜରେ କଲେ ଯୋଗ , ଭିଡିଓ ହେଲା ଭାଇରାଲ !

57

ଆଜି ବିଶ୍ୱ ପାଳିଛି ଯୋଗ ଦିବସ । ଝାଡଖଣ୍ଡର ରାଂଚିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଂଚିର ତାରା ମୈଦାନରେ ଆୟୋଜିତ ଯୋଗ କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସାମିଲ ହୋଇଛନ୍ତି ୩୦ ହଜାରରୁ ଅଧିକ ଲୋକ । ଏଥିରେ ଝାଡଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଯୋଗ କରିବା ପୂର୍ବରୁ ମୋଦି କହିଥିଲେ ଯୋଗ ହେଉଛି ଶାନ୍ତି, ମୈତ୍ରୀ ଓ ପ୍ରଗତିର ପ୍ରତୀକ । ଯୋଗର ବାର୍ତା ସବୁ ସହର, ଗାଁ, ଆଦିବାସୀ ଲୋକଙ୍କ ପାଖରେ ପଂହଚାଇବାକୁ ମୋଦି ଅପିଲ କରିଥିଲେ ।

କେବଳ ମନ୍ତ୍ରୀ କି ଯବାନ ନୁହଁନ୍ତି , ସାରା ବିଶ୍ୱ ଆଜି ପାଳନ କରୁଛି ଯୋଗ ଦିବସ ଏଥିରୁ ବାଦ କାହିଁକି ପଡିବେ ସିନେ କଳାକାର । କଳାକାର ମାନେ ଆଜି ବିଶ୍ୱ ଯୋଗ ଦିବସରେ ଅନେକ ଫଟୋ ଶେୟାର କରିଛନ୍ତି । ନିକଟରେ ଶିଳ୍ପା ସେଟ୍ଟୀଙ୍କର ଏକ ଯୋଗ ଭିଡିଓ ସାମ୍ନାକୁ ଆସିଥିଲା । ଏବେ ମୌନୀ ରୟ ମଧ୍ୟ ସେଥିରୁ ବାଦ ପଡି ନାହାନ୍ତି । ଯୋଗ କରି ସାରା ବିଶ୍ୱକୁ ସମସ୍ତେ ବାର୍ତ୍ତା ଦେଇଛନ୍ତି ଯେ ଯୋଗ ଶରୀର ପାଇଁ କେତେ ଉପକାରୀ ।

 

View this post on Instagram

 

पिंच मयूरासना #alilbiterryday #workinprogress Voice over by @rahul.p.patel

A post shared by mon (@imouniroy) on

ଯୋଗ ଦିବସ ଅବସରରେ ମୌନି ରାୟଙ୍କ ଯୋଗ ଭିଡ଼ିଓ ଭାଇରାଲ ହୋଇଛି । ଭିଡ଼ିଓରେ ମୋନୀ ରାୟ ଯୋଗ କରୁଥିବାର ଦେଖିବାକୁ ମିଳିଛି ।

ଭିଡ଼ିଓରେ ମୌନି ରୟ ମୟୁରାସନ୍ କରୁଥିବାର ଦେଖିବାକୁ ମିଳିଥଲା । ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More