Only for Entertainment

ମୌନୀ ରୟ କଲେ ଖୁଲାସା: ବ୍ରହ୍ମାସ୍ତ୍ର’ ଫିଲ୍ମ ସୁଟିଂ ସମୟରେ ବିଗ ବିଙ୍କ ସାମ୍ନାରେ ହୋଇଯାଉଥିଲେ ଅସହଜ !

49

ଟିଭି ସିରିଅଲ ‘ନାଗୀନ’ ହୋଇ ଫେମସ ହୋଇଥିବା ଅଭିନେତ୍ରୀ ମୌନୀ ରୟ ଏବେ ବଲିଉଡ ଜଗତରେ ଆଗକୁ ବଢିବାରେ ଲାଗିଛନ୍ତି । ଅକ୍ଷୟ କୁମାରଙ୍କ ସହ ଗୋଲ୍ଡ ଫିଲ୍ମରେ ଡେବ୍ୟୁ କରିବା ପରେ ଅଭିନେତ୍ରୀ ଅନେକ ବଡ ପ୍ରୋଜେକ୍ଟରେ ସାଇନ କରିଛନ୍ତି । ଖୁବଶୀଘ୍ର ଅଭିନେତ୍ରୀ କରଣ ଜୋହରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରରେ ମଧ୍ୟ ନଜର ଆସିବେ । ଆଲିୟା ଭଟ୍ଟ, ରଣବୀର କପୂର ଏବଂ ଅମିତାଭ ମୁଖ୍ୟ ଭୂମିକାରେ ନଜର ଆସିବେ । ମୌନୀ ଏହି ଫିଲ୍ମକୁ ନେଇ ନିକଟରେ ନିଜର ଅନୁଭବ ଶେୟାର କରିଛନ୍ତି ।

ଫିଲ୍ମରେ ମୌନୀ ଜଣେ ଖଳନାୟିକା ଭୂମିକାରେ ନଜର ଆସିବେ, ଏହାଉପରେ କଥା ହୋଇ ମୌନୀ କହିଛନ୍ତି ଯେ ଗୋଟିଏ ଖଳନାୟିକା ଭୂମିକାରେ ନିଜକୁ ଢଳିବା ପାଇଁ ଆପଣଙ୍କୁ ଆପଣଙ୍କ ଶତୃକୁ ଘୃଣା ଏବଂ ପ୍ରତିଶୋଧର ଭାବନା ବାହାର କରିବାକୁ ପଡିଥାଏ । କିନ୍ତୁ ଫିଲ୍ମରେ ତାଙ୍କ ବିପରୀତରେ ଅମିତାଭ ବଚ୍ଚନ ଥିଲେ , ଯାହାଙ୍କୁ ସେ ପିଲା ଦିନରୁ ଦେଖି ଆସୁଛନ୍ତି । ସେ ତାଙ୍କ ଆଇଡଲ ରହିଆସିଛନ୍ତି ।

 ଏହିକାରଣରୁ ତାଙ୍କ ସମ୍ମୁଖରେ ନେଗେଟିଭ ଭୂମିକା ତୁଲାଇବା ଖୁବ କଷ୍ଟସାଧ୍ୟ ଥିଲା । ଏହି ଭୂମିକା ପାଇଁ ସେ ନିଜକୁ ଅନେକ ପ୍ରସ୍ତୁତ କରିଥିବା କଥା କହିଛନ୍ତି ମୌନୀ । ପ୍ରଥମଥର ଫିଲ୍ମରେ ମୌନୀଙ୍କ ଏଭଳି ଚରିତ୍ର ରହିଛି ଯାହା ପ୍ରଶଂସକଙ୍କ ପାଇଁ ଅବିଶ୍ୱସନୀୟ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More