Only for Entertainment

ମହାନାୟକ ଅମିତାଭ ବଚ୍ଚନଙ୍କ ସହିତ କାମ କରିବା ଦିବ୍ୟ ସ୍ୱପ୍ନ ପରି : ମୌନି ରୟ ।

hindustantimes
0 55

ଟିଭି ଜଗତର ଜଣା ଶୁଣା ଅଭିନେତ୍ରୀ ମୌନି ରୟ ଏବେ କରଣ ଜୋହରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ମୌନି ରୟଙ୍କ କହିବା ଅନୁସାରେ ମହାନାୟକ ଅମିତାଭ ବଚ୍ଚନଙ୍କ ସହିତ କାମ କରିବା ସ୍ୱପ୍ନ ପୂରଣ ହେବା ପରି । ଫିଲ୍ମରେ ଅମିତାଭ ବଚ୍ଚନ, ରଣବୀର କପୁର ଏବଂ ଆଲିଆ ଭଟ୍ଟ ଲିଡ ରୋଲରେ ନଜର ଆସିବେ ।

mouni roy

ମୌନି ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଫିଲ୍ମରେ ମୋର ଭୂମିକା ବିଷୟରେ ମୁଁ ବିଶେଷ କିଛି କହିପାରିବି ନାହିଁ । କିନ୍ତୁ ଏହା କହିପାରିବି ଯେ ଫିଲ୍ମରେ ଫିଲ୍ମରେ ମୁଁ ମୁଖ୍ୟ ଖଳନାୟିକା ଭାବେ ନଜର ଆସିବି । ଏହା ସହିତ ସେ କହିଛନ୍ତି, ମହାନାୟକ ଅମିତାଭ ବଚ୍ଚନଙ୍କ ସହିତ କାମ କରିବା ଏକ ଦିବ୍ୟ ସ୍ୱପ୍ନ ପରି । ମୁଁ ତାଙ୍କୁ ଦେଖିବା ପାଇଁ ଖୁବ ଉତ୍ସାହିତ ଥିଲି କିନ୍ତୁ ମୁଁ ଜାଣିନଥିଲି ତାଙ୍କ ସହିତ ସଟ ପୁରା ହେବା ପରେ ମୁଁ କ’ଣ କରିବା ଉଚିତ । ପଶ୍ଚିମ ବଙ୍ଗଳାର କୁଚବିହାରରୁ ଆସିଥିବା ଝିଅକୁ କେବେ ମହାନାୟକ ଅମିତାଭ ବଚ୍ଚନଙ୍କ ସହିତ କାମ କରିବାର ସୁଯୋଗ ମିଳିବ ଏହା ମୁଁ ସ୍ୱପ୍ନରେ ବି ଭାବି ନଥିଲି ।

କହିରଖୁଛୁ ଯେ ମୌନି ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୋଲ୍ଡ’ରେ ନଜର ବଲିଉଡ ଡେବ୍ୟୁ କରିବେ । ଏହି ଫିଲ୍ମ ଭାରତୀୟ ହକି ଟିମର ପ୍ରଥମ ସ୍ୱର୍ଣ୍ଣ ବିଜୟ ଉପରେ ଆଧାରିତ । ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହେବ । ସବୁଠାରୁ ବଡ କଥା ହେଉଛି ମୌନି ବଲିଉଡ ଡେବ୍ୟୁ କରିବା ପୂର୍ବରୁ ତାଙ୍କୁ ଆଉ ୩ଟି ଫିଲ୍ମରେ କାମ କରିବାର ଅଫର ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More