Only for Entertainment

ବିପଦପୂର୍ଣ୍ଣ ଷ୍ଟଂଟ କରୁଥିବାର ନଜର ଆସିଲେ ଟିଭିର ନାଗିନ ମୌନି ରୟ ।

bollywood tadka
22

ଟିଭିରେ ନିଜର କ୍ୟାରିଅର ଆରମ୍ଭ କରିଥିବା ମୌନି ରୟ ଏବେ ବଲିଉଡରେ ମଧ୍ୟ ନିଜ ଅଭିନୟର ଜଲୱା ଦେଖାଇ ସାରିଲେଣି । ନିଜ ଟ୍ୟାଲେଂଟ ଏବଂ ସୌନ୍ଦର୍ଯ୍ୟର ମୌନି ସମସ୍ତଙ୍କ ହୃଦୟ ଜିତି ସାରିଲେଣି । ତେବେ ଅଧିକାଂଶ ସମୟରେ ମୌନିଙ୍କ ହଟ ଅନ୍ଦାଜ ଦେଖିବାକୁ ମିଳୁଥିବା ବେଳେ ଏହିଥର କିଛି ଭିନ୍ନ ଭାବରେ ନଜର ଆସିଛନ୍ତି ଅଭିନେତ୍ରୀ ।

ନିକଟରେ ମୌନିଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଫଟୋରେ ମୌନି ସ୍କାଇଡାଇଭ କରୁଥିବାର ନଜର ଆସିଛନ୍ତି । ଭାଇରାଲ ହେଉଥିବା ଏହି ଫଟୋକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

କ୍ୟାପ୍ସନରେ ମୌନି ଲେଖିଛନ୍ତିଯେ ଲୋକ ପ୍ଲେନ ଉଡ଼ାଉଛନ୍ତି କିନ୍ତୁ ଏଥିରୁ ଡେଇଁବା ପାଇଁ ଏକ ଭିନ୍ନ ପ୍ରକାରର ପାଗଳପଣ ଆବଶ୍ୟକ । ଫଟୋରେ ସେ ଖୁବ ଖୁସି ଥିବା ନଜର ଆସିଛନ୍ତି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ମୌନି ୨୦୧୮ରେ ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ଗୋଲ୍ଡରେ ନଜର ଆସିଥିଲେ ଏବଂ ବର୍ତ୍ତମାନ ଜନ ଆବ୍ରାହିମଙ୍କ ଅପୋଜିଟରେ ରୋମିଓ ଆକବର ୱାଲଟର ରିଲିଜ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More