Only for Entertainment

ନାଗିନ ଥ୍ରି’ର ଫିନାଲେ ଏପିସୋଡରେ ହେବ ମୌନି ରୟଙ୍କ ଧମାକାଦାର ଏଂଟ୍ରି, ଏକତା କପୁର କହିଲେ….. ।

bollywoodlife
42

ଏକତା କପୁରଙ୍କ ପ୍ରସିଦ୍ଧ ନାଗିନ ଫ୍ରାଂଚାଇଜର ତୃତୀୟ ଭାଗରେ ସୁରଭି ଜ୍ୟୋତି ଏବଂ ଅନୀତା ହସନନ୍ଦନୀ ଅଭିନୟର ଯାଦୁରେ ଶୋ’କୁ ଏକ ସଫଳତା ଦେଇ ପାରିଛନ୍ତି । ଏହି ସିରିଅଲ ପୂର୍ବରୁ ମୌନି ରୟ ନଜର ଆସିଥିଲେ । ଏହି ଶୋ’କୁ ଉତ୍ସାହର ସହିତ ଦେଖୁଥିବା ଫ୍ୟାନ୍ସଙ୍କ ପାଇଁ ରହିଛି ଏକ ଖୁସି ଖବର । ଖୁବଶୀଘ୍ର ଏହି ଶୋ’ର ଫିନାଲେ ଏପିସୋଡକୁ ଟେଲିକାଷ୍ଟ କରାଯିବ । ସବୁଠାରୁ ଚମତ୍କାର କଥା ହେଉଛି ଫିନାଲେ ଏପିସୋଡରେ ମୌନି ରୟ ନଜର ଆସିବେ ।

ଏକତା କପୁର ନିଜେ ଏହି ଶୋ’ର ଫିନାଲେ ପ୍ରମୋ ଶେୟାର କରିଛନ୍ତି । ଯେଉଁଥିରେ ଅନୁମାନ କରାଯାଉଛିଯେ ମୌନି ରୟ ନଜର ଆସିବେ । ତେବେ ଏହି ଭିଡ଼ିଓରେ ସଂପୂର୍ଣ୍ଣ ଭାବରେ ଜଣାପଡ଼ୁଛିଯେ ମୌନି ନଜର ଆସିବେ । ତେବେ ଏହା ମଧ୍ୟ ଜଣାପଡ଼ୁଛି ଶିବାଙ୍ଗୀ ପୁରୁଣା ପ୍ରତିଶୋଧ ନେବାକୁ ଫେରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More