Only for Entertainment

ଭିଡରେ ଫସି ଗଲେ ଗୋଲ୍ଡର ଏହି ଅଭିନେତ୍ରୀ, ହାଲ ହେଲା ବେହାଲ , ଦେଖନ୍ତୁ ଭାଇରାଲ ଭିଡିଓ !

bollywoodlife
0 51

ଟିଭି ଅଭିନେତ୍ରୀରୁ ବଲିଉଡରେ ଏଂଟ୍ରି କରିିଥିବା ମୋନି ରୟ ଫ୍ୟାନ୍ସଙ୍କ ମଧ୍ୟରେ ଭିଡରେ ପଶି ବେହାଲ ହୋଇଯାଇଛ୍ନ୍ତି । ଆଜ୍ଞା ହଁ ମୋନି ଭିଡକୁ ଦେଖି ଖୁବ ଭୟଭୀତ ଥିବା ଜଣା ପଡିଛି । ମଙ୍ଗଳବାର ଅଭିନେତ୍ରୀ ମୋନି ରୟ ମୁମ୍ବାଇର ଏକ ଥିଏଟର ପହଂଚିଥିଲେ । ଯେତେବେଳେ ସେ ଥିଏଟରରୁ ବାହାରକୁ ବାହାରିଥିଲେ ଭିଡ ତାଙ୍କୁ ଘେରି ଯାଇଥିଲା ।

ତେବେ ଆଉ ହେବ କଣ ଭିଡରେ ମୋନି ଫସି ଯାଇଥିଲେ , ଯେଉଁଥିରୁ ମୁକୁଳିବା ତାଙ୍କ ପାଇଁ କଷ୍ଟକର ହୋଇ ପଡିଥିଲା । କାରଣ ସେ ସମୟରେ ତାଙ୍କ ସହ ତାଙ୍କର ସିକ୍ୟୁରିଟି ନଥିଲେ , ସେଥିପାଇଁ ସେ ଡରି ଯାଇଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା ମୋନିଙ୍କ ବନ୍ଧୁ ଈଶା ଗୁପ୍ତା ତାଙ୍କୁ ଏହି ଭିଡ ଭିତରକୁ ବାହାରକୁ ବାହାର କରିଥିଲେ । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ ନାଗିନ ରୂପରେ ପସନ୍ଦ କରାଯାଇଥିବା ମୋନି ରୟଙ୍କର ଜବରଦସ୍ତ ଫ୍ୟାନ ଏବଂ ଫଲୋର୍ସ ଅଛନ୍ତି । ଫିଲ୍ମ ଗୋଲ୍ଡର ସଫଳତା ପରେ ତାଙ୍କର ପ୍ରଶଂସା ଆହୁରି ବଢି ଯାଇଛି । ଏହିକାରଣରୁ ତାଙ୍କ ହାତରେ ରହିଛି ଏବେ ଅନେକ ପ୍ରସ୍ତାବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More