Only for Entertainment

ବିଦ୍ୟା ବଲାନ ଦେଶୀ ଲୁକରେ ଶେୟାର କଲେ ମଜାଦାର ଟିକ-ଟକ ଭିଡିଓ !

80

ବିଦ୍ୟାବଲାନ ବଲିଉଡରେ ସବୁଠାରୁ ଟ୍ୟାଲେଂଟେଡ ଅଭିନେତ୍ରୀ ମଧ୍ୟରୁ ଜଣେ । ନିଜ ଅଭିନୟ କୌଶଳ ପାଇଁ ସେ ପରିଚିତ, ଏହାବ୍ୟତୀତ ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ଫ୍ୟାନ୍ସଙ୍କ ସହ ନିଜ ସହ ଜଡିତ ଅପଡେଟ ଶେୟାର କରନ୍ତି ।

କିଛି ଦିନ ହେବ ଟିକ-ଟକ ଭିଡିଓ ଇଂଟରନେଟ ଖୁବ ଭାଇରାଲ ହେଉଛି ଏବଂ ଅନେକ ସେଲିବ୍ରିଟି ମଧ୍ୟ ନିଜର ମଜାଦାର ଭିଡିଓ ବନାଉଛନ୍ତି । ଏବେ ଏଥିରେ ବିଦ୍ୟାଙ୍କ ନାଁ ଯୋଡି ହୋଇଯାଇଛି ।

 

View this post on Instagram

 

Some Tak-Tuk Time Passsssssss ???????!

A post shared by Vidya Balan (@balanvidya) on

ନିକଟରେ ନିଜର ଇନଷ୍ଟାଗ୍ରାମରେ ସେ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ କ୍ୟାପଶନ ଦେଇଛନ୍ତି ଯେ ‘ସମ ଟିକ-ଟୁକ ଟାଇମ ପାସ । ଭିଡିଓରେ ସେ କହିଛନ୍ତି ଶାସ୍ତ୍ର ମୁତାବକ ସମସ୍ତ କୁଆଁରୀ ଝିଅଙ୍କ ଦେହରେ ୯ଜଣ ଦେବେୀ ବାସ କରନ୍ତି । କିନ୍ତୁ ବିବାହ ପରେ କେଉଁ ଦେବୀ ଆକ୍ଟିଭ ରହିବ, ଏହା ସ୍ୱାମୀଙ୍କ କର୍ମ ଉପରେ ନିର୍ଭର କରେ । ଭିଡିଓରେ ବିଦ୍ୟା ଦେଶୀ ଲୁକରେ ନଜର ଆସିଛନ୍ତି ।

ୱାର୍କଫ୍ରଂଟ ବିଷୟରେ ବିଦ୍ୟା ଏବେ ମଲ୍ଟିଷ୍ଟାରର ମିଶନ ମଙ୍ଗଲ ଫିଲ୍ମରେ ନଜର ଆସିବେ । ଫିଲ୍ମରେ ଅକ୍ଷୟ କୁମାର, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ , କିର୍ତ୍ତି କୁଲ୍ହାରୀ, ନିତ୍ୟା ମେନନଙ୍କ ଭଳି ଅଭିନେତ୍ରୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More