Only for Entertainment

‘ଜଜମେଣ୍ଟାଲ ହେ କ୍ୟା’ ସମୀକ୍ଷା : ହୃଦୟ ଜିତି ନେବ ରାଜକୁମାର ରାଓ-କଙ୍କନା ରଣାୱତଙ୍କ ପାଗଳପଣ

google
29

Ratings

7.7
Awesome
  • Aajtak 8
  • IMDb 8.2
  • Times Of India 7

ଫିଲ୍ମ : ଜଜମେଣ୍ଟାଲ ହେ କ୍ୟା
କଳାକାର: କଙ୍ଗନା ରଣାୱତ, ରାଜକୁମାର ରାଓ
ନିର୍ଦ୍ଦେଶକ : ପ୍ରକାଶ କୋଭେଲାମୁଡି

ଆଜିକା ସମୟରେ ଏପରି କିଛି ଫିଲ୍ମ ଆସୁଛି ଯାହା ଦର୍ଶକଙ୍କ ବାନ୍ଧି ରଖିବାରେ ସଫଳ ହେଉଛି । ଯେବେ ରାଜକୁମାର ରାଓ ଏବଂ କଙ୍ଗନା ରାଣାୱତ ଷ୍ଟାରର ଫିଲ୍ମ ରିଲିଜ ହେବ ବୋଲି ଖବର ଆସିଥିଲା ସେତେବେଳେ ଫିଲ୍ମକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଦର୍ଶକ ଭାବୁଥିଲେ ଫିଲ୍ମରେ ଏପରି କ’ଣ ଅଛି ଯେ ଆମେ ଦେଖିବାକୁ ଯିବୁ ? ତେବେ ଅନେକ ବିବାଦ ପରେ ଶେଷରେ କଙ୍ଗନାଙ୍କ ଫିଲ୍ମ ଆଜି ସିନେମା ଘରେ ରିଲିଜ ହୋଇଛି । ତେବେ ଆସନ୍ତୁ କରିବା ଫିଲ୍ମର ସମୀକ୍ଷା

କାହାଣୀ-

ସର୍ବ ପ୍ରଥମେ ଫିଲ୍ମର କାହଣୀ କ’ଣ ଅଛି ଜାଣିବା । ଏହି ଫିଲ୍ମ ଏକ ସାଇକୋଲୋଜିକାଲ ଥ୍ରିଲର ଫିଲ୍ମ । ଏହା ବବି (କଙ୍ଗନା ରଣାୱତ) ଏବଂ କେଶବ (ରାଜକୁମାର ରାଓ)ଙ୍କ ଉପରେ ଆଧାରିତ । ଦୁହେଁ ପ୍ରଥମଥର ପରସ୍ପରକୁ ଦେଖିବା ପରେ ଆରମ୍ଭ ହୁଏ ମିଷ୍ଟ୍ରୀ ଗେମ । ଫିଲ୍ମରେ କେଶବ ଘରେ ଜଣଙ୍କର ମୃତ୍ୟୁ ହୁଏ ଏବଂ ଏହା କିଏ କରିଛି ପିଲାଟି ଦିନରୁ ମାନସିକ ବିକୃତ ବବି ନା ସିଧା ସାଧା କେଶବ ? ଏହା ସହିତ ଆପଣଙ୍କୁ ଅନେକ କିଛି ଫିଲ୍ମରେ ଦେଖିବାକୁ ମିଳିବ ।

ଫିଲ୍ମର କାହାଣୀ ଖୁବ ଭଲ ହୋଇଛି । ଫିଲ୍ମରେ ଆପଣ ଅନେକ ଟ୍ୱିଷ୍ଟ ଆଣ୍ଡ ଟର୍ଣ୍ଣସ ଦେଖିବାକୁ ପାଇବେ । ଫିଲ୍ମର କାହାଣୀ ଆଗକୁ ବଢିବା ସହିତ ଏହା ଆପଣଙ୍କ ସହିତ ଯୋଡି ହୋଇଯିବ । ବବି (କଙ୍ଗନା) ପିଲାଟି ଦିନରୁ ମାନସିକ ରୋଗରେ ପିଡିତ । ବବି ସହିତ ତା’ ବୟଫ୍ରେଣ୍ଡ କମ ମ୍ୟାନେଜର ବରୁଣ ରହିଥାଏ । କାହଣୀ ବଢିବା ସହିତ ବବି ଘରକୁ କେଶବ (ରାଜକୁମାର) ଓ ରିମା ଆସିଥାନ୍ତି . ସେମାନଙ୍କର ଜୀବନ ବବି ଠାରୁ ଖୁବ ଭିନ୍ନ । ବବି କେଶବ ଏବଂ ରିମାର ଭିନ୍ନ ଜୀବନଶୈଳୀ ପାଇଁ ଆକର୍ଷିତ ହୁଏ । କିନ୍ତୁ ଏକ ମର୍ଡର ପରେ ବବିର ଭ୍ରମ ଭାଙ୍ଗିଥାଏ । ଏହି ମର୍ଡର ବବି କରିଛି ବୋଲି ସନ୍ଦେହ କରିଥାଏ । ଏହାପରେ ବିବିର ମୁଣ୍ଡର ଚାଲିଥାଏ କେଶବ ଭଲ ବ୍ୟକ୍ତି ନା ଖରାପ ? ଏହା ପରେ ଫିଲ୍ମକ କ’ଣ ହେଉଛି ଜାଣିବା ପାଇଁ ସିନେମାଘରକୁ ଯାଇ ଫିଲ୍ମ ଦେଖନ୍ତୁ ।

ପରଫମାନ୍ସ-

ପରଫମାନ୍ସ ବିଷୟରେ କହିବାକୁ ଗଲେ କଙ୍ଗନା ରଣାୱତ ଏବଂ ରାଜକୁମାର ରାଓ କମାଲ କରିଛନ୍ତି । କଙ୍ଗନା ଏଭଳି ଏକ ଚ୍ୟାଲେଞ୍ଜିଂ ରୋଲକୁ ଭଲ ଭାବେ ତୁଲାଇଛନ୍ତି । ସେହିଭଳି ରାଜକୁମାର ରାଓ ଅଭିନୟରେ କଙ୍ଗନାଙ୍କୁ ଟକ୍କର ଦେଇଛନ୍ତି । ସପୋର୍ଟିଂ କଳାକାର ମଧ୍ୟ ନିଜ ଭୂମିକାକୁ ଭଲ ଭାବେ ତୁଲାଇଛନ୍ତି ।

ନିର୍ଦ୍ଦେଶନା-

ନିର୍ଦ୍ଦେଶକ ପ୍ରକାଶ କୋଭେଲାମୁଡି ଏହି ଫିଲ୍ମ ସହିତ ଭଲ ପ୍ରୟାସ କରିଛନ୍ତି । ଫିଲ୍ମର କାହାଣୀ ଖୁବ ଭଲ ହୋଇଛି । ଦର୍ଶକ କିଛି ନୂଆ ଦେଖିବାକୁ ପାଇବେ । ଏକ୍ଜିକ୍ୟୁସନ ଖୁବ ଭଲ ହୋଇଛି । ସମସ୍ତ ଜୋକ୍ସ ଏବଂ ପଂଚ ଲାଇଲ ଟାଇମିଂ ସହିତ ହୋଇଛି ଯାହା ଦର୍ଶକଙ୍କୁ ଭଲ ଭାବେ ଯୋଡି ରଖିବ । ଆଶା ଠାରୁ ଫିଲ୍ମ ଖୁବ ଭଲ ହୋଇଛି ।

ଲାଇଟ ଏବଂ ମ୍ୟୁଜିକ ସହିତ ଖେଳି ନିର୍ଦ୍ଦେଶକ ପ୍ରକାଶ ଯେଉଁ କମାଲ କରିଛନ୍ତି ତାହା ପ୍ରଶଂସା ଯୋଗ୍ୟ । ନିର୍ଦ୍ଦେଶକ ରାଜକୁମାର ଏବଂ କଙ୍ଗନାଙ୍କ ଚରିତ୍ରକୁ ଯେଉଁଭଳି ଭାବେ ଏକ୍ସଫ୍ଲୋର କରିଛନ୍ତି ତାହା ଖୁବ ସୁନ୍ଦ ହୋଉଛି । ଫିଲ୍ମର ସିନେମାଟୋଗ୍ରାଫି ଏବଂ ଏଡିଟିଂ ଖୁବ ଭଲ ହୋଇଛି । ଏହି ଭଳି ଫିଲ୍ମ ବଲିଉଡରେ କମ ଆସିଥାଏ । ଆପଣ ଏହାକୁ ଦେଖିବା ଜରୁରୀ । କହିରଥୁଛୁ ଯେ ରାଜକୁମାର ଏବଂ କଙ୍ଗନାଙ୍କ ପାଗଳପଣ ଆପଣଙ୍କ ହୃଦୟକୁ ନିଶ୍ଚିତ ଛୁଇଁଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More