Only for Entertainment

ଫିଲ୍ମ ସମୀକ୍ଷା: ଆୟାରୀ

scroll
0 44
6.8
GOOD

Ratings

  • IMDB 6.5
  • TIMES OF INDIA 7

ମନୋଜ ବାଜପେୟୀ, ସିଦ୍ଧାର୍ଥ ମଲ୍ଲହୋତ୍ରା, ଅନୁପମ ଖେର, ନାସୀରୁଦ୍ଧିନ ଶାହା ଏବଂ ରକୁଲ ପ୍ରିତ ପରି କଳାକାର ଥିବା ଫିଲ୍ମ ‘ଆୟାରୀ’ ବକ୍ସ ଅଫିସରେ ରିଲିଜ ହୋଇସାରିଛି । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ମେଜର ଜୟ ବକ୍ସି(ସିଦ୍ଧାର୍ଥ ମଲ୍ଲହୋତ୍ରା) ନାମକ ଜଣେ ଜବାନର କାହାଣୀ ଯେ ଡିଏସଡି (ଡାଟା ଏଣ୍ଟ୍ରି ସିଷ୍ଟମ ଡାୟଗ୍ରୋଷ୍ଟିକ) ୟୁନିଟର ଏକ ଅଂଶ । ମେଜର ଜୟଙ୍କ କାମ ହେଉଛି କିଛି ମହତ୍ୱପୂର୍ଣ୍ଣ ନମ୍ବରକୁ ଟ୍ରେସ କରି କିଛି ଜରୁରୀ ତଥ୍ୟ ବାହାର କରିବା । ଏହି କାମ ମଧ୍ୟରେ ଗୋଟିଏ ଦିନ ଜୟକୁ ନିଜ ବିଭାଗ ବିଷୟରେ ଏପରି କିଛି ତଥ୍ୟ ମିଳିଥାଏ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏହା ପରେ ସେ ହଠାତ କୁଆଡେ ଫେରାର ହୋଇଯାଆନ୍ତି ।

ଜୟ ନିକଟରେ ଜରୁରୀ ତଥ୍ୟ ଥିବା କଥାକୁ ଧ୍ୟାନରେ ରଖି ତାଙ୍କୁ ଖୋଜିବା କାମ ଦିଆଯାଏ କର୍ନଲ ଅଭୟ ସିଂ (ମନୋଜ ବାଜପେୟୀ)ଙ୍କୁ । ଅଭୟ ହେଉଛନ୍ତି ସେହି ବ୍ୟକ୍ତି ଯାହା ନିକଟରେ ଜୟ ବିଭାଗୀୟ କାମ ଶିଖୁଥିଲେ । ଅଭୟଙ୍କୁ ଜୟକୁ ଖୋଜିବା ପାଇଁ ୩୬ ଘଣ୍ଟା ସମୟ ଦିଆଯାଏ । ବର୍ତ୍ତମାନ ଜୟ କେଉଁ ତଥ୍ୟ ସହିତ ଫେରାର ହୋଇଛି ? କ’ଣ ଅଭୟ ତାକୁ ଖୋଜିପାରିବେ ? ଯଦି ହଁ ତେବେ ସେ ଜୟକୁ ମାରିବେ ନା ତାକୁ ଫେରାଇ ଆଣିବେ ତାହା ହେଉଛି ଫିଲ୍ମର କାହାଣୀ ।

aiyaary2

ଫିଲ୍ମରେ ଅନୁପମ ଖେର, ନାସୀରୁଦ୍ଧିନ ଶାହା ଓ ରକୁଲ ପ୍ରୀତ ପରି କଳାକାର ମଧ୍ୟ ନଜର ଆସିଛନ୍ତି କିନ୍ତୁ ଏହି ଫିଲ୍ମର କାହାଣୀ ମନୋଜ ଏବଂ ସିଦ୍ଧାର୍ଥଙ୍କ ଚାରିପାଖରେ ଘୂରି ବୁଲୁଛି । ଯେହେତୁ ଫିଲ୍ମଟି ଆର୍ମି ବ୍ୟାକଗ୍ରାଉଣ୍ଡ ଉପରେ ଆଧାରିତ ତେଣୁ ଏଥିରେ ଆପଣଙ୍କୁ ଝିମେଇଲା ପରି ଗୀତ ଦେଖିବାକୁ ମିଳିବ ନାହିଁ । କିନ୍ତୁ ଏହାର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ସାନଦାର ହୋଇଛି । ଫିଲ୍ମରେ ପ୍ରତ୍ୟେକ କଳାକାର ନିଜର ଶତ ପ୍ରତିଶତ ଦେବାକୁ ପ୍ରୟାସ କରିଛନ୍ତି । କିନ୍ତୁ ମନୋଜ ଏବଂ ନାସୀରୁଦ୍ଧିନ ଶାହା ପତ୍ୟେକ ଥର ପରି ଏଥର ବି ନିଜ ଅଭିନୟ ଯାଦୁ ଖେଳାଇଛନ୍ତି ।

ଫିଲ୍ମର ସ୍କ୍ରିନ ପ୍ଲେ ଲମ୍ବା ଥିବା ବେଳେ ଦେଶଭକ୍ତି ଉପରେ୍ ଆଧାରିତ ଏହି ଫିଲ୍ମ ଥ୍ରିଲର ଡ୍ରାମା ଦେଖୁଥିବା ଲୋକମାନଙ୍କୁ ପସନ୍ଦ ଆସିବ । ଯଦି ଆପଣ ରୋମାଣ୍ଟିକ ଡ୍ରାମା ଦେଖିବା ପାଇଁ ପସନ୍ଦ କରୁଥାନ୍ତି ତେବେ ଏହାକୁ ଦେଖିବା ପାଇଁ ସିନେମା ଘରକୁ ନଯିବା ହିଁ ଠିକ । ୨ଘଣ୍ଟା ୪୦ ମିନିଟର ଏହି ଫିଲ୍ମ ସସପେନ୍ସ, ଥ୍ରିଲର ଏବଂ ଡ୍ରାମା ଦେଖିବାକୁ ପସନ୍ଦ କରୁଥିବା ଲୋକଙ୍କୁ ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More