Only for Entertainment

ମୁକ୍ତିଲାଭ କଲା ବଲିଉଡ ଫିଲ୍ମ ମଲାଲ ।

21

ନିର୍ଦ୍ଦେଶକ ମଙ୍ଗେସ ହଡୱାଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ମଲାଲ’ ବକ୍ସ ଅଫିସରେ ଆଜି ରିଲିଜ ହୋଇ ସାରିଛି । ଏହି ଫିଲ୍ମରେ ଆକ୍ଟର ଜାଭେଦ ଜାଫରୀଙ୍କ ପୁଅ ମିଜାନ ଜାଫରୀ ଏବଂ ସଂଜୟ ଲୀଲା ଭଂସାଲୀଙ୍କ ଭଉଣୀ ବେଲା ରେଗଲଙ୍କ ଝିଅ ଶର୍ମିନ ରେଗଲ ଫିଲ୍ମ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି । କହିରଖୁଛୁ ମଲାଲ ଏକ ରୋମାଂଟିକ ଫିଲ୍ମ ।

ଫିଲ୍ମରେ ମିଜାଜ ଜଣେ ଟପୋରୀ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ କେବଳ ଝଗଡ଼ା ଏବଂ ମଦ ପିଇବାରେ ବ୍ୟସ୍ତ ରହୁଥିବ । ଦିନେ ତା’ର ଦେଖା ହେବ ସେଠାର ବସ୍ତୀରେ ରହୁଥିବା ଏକ ଝିଅ ସହିତ । ଯାହାପରେ ଦୁଇଜଣଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥିବ କିନ୍ତୁ ଧୀରେ ଧୀରେ ତାଙ୍କୁ ପ୍ରେମ ହୋଇଯିବ । କିନ୍ତୁ ଶେଷରେ ଦୁଇଜଣ ଗୋଟିଏ ହେଉଛନ୍ତି ନା ନାହିଁ ଏଥିପାଇଁ ଆପଣଙ୍କୁ ଫିଲ୍ମ ଦେଖିବାକୁ ପଡ଼ିବ ।

ଏହା ଏକ ଆକର୍ଷଣୀୟ ରୋମାଂଟିକ ଫିଲ୍ମ, ଯାହା ଆପଣଙ୍କୁ ପ୍ରେମ ଦୁନିଆକୁ ନେଇଯିବ । ଫିଲ୍ମର ମ୍ୟୁଜିକ ଖୁବ ସାନଦାର । ଜାଣିବା ପାଇଁ କହିରଖୁଛୁ ୨୦୦୪ରେ ଆସିଥିବା ଏକ ତାମିଲ ଫିଲ୍ମର ଏହା ରିମେକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More