Only for Entertainment

ରିଲିଜ ପୂର୍ବରୁ ଚର୍ଚ୍ଚାରେ ‘ଠାକରେ’ : ଲୁଙ୍ଗି ଉଠାଓ ପୁଙ୍ଗି ବଜାଓ’କୁ ନେଇ ବିବାଦ ।

bollywood tadka
34

ଶିବସେନା ପ୍ରମୁଖ ବାଲ ଠାକରେ ବାୟୋପିକ ଫିଲ୍ମର ଟ୍ରେଲର ନିକଟରେ ରିଲିଜ ହୋଇଛି । ଟ୍ରେଲର ରିଲିଜ ହେବାମାତ୍ରେ ଫିଲ୍ମ ବିବାଦକୁ ଆସିଯାଇଛି । ଏହି ବିବାଦ କିଛି ଡାଏଲଗକୁ ନେଇ ଆରମ୍ଭ ହୋଇଛି । ଏହି ଫିଲ୍ମରେ ରାମ ମନ୍ଦିର ଘଟଣା ଦେଖାଯାଇଛି । ଏଥିରେ ୧୯୯୨ ଦଙ୍ଗାକୁ ମଧ୍ୟ ସାମିଲ କରାଯାଇଛି । କିନ୍ତୁ ଏଥିରେ ମୁମ୍ବାଇରେ ରହୁଥିବା ସାଉଥ ଇଣ୍ଡିଆନଙ୍କୁ ମଧ୍ୟ ସାମିଲ କରାଯାଇଛି । ଯାହା ମଧ୍ୟରେ କିଛି ଡାଏଲଗକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି ।
ଫିଲ୍ମର ମରାଠୀ ଟ୍ରେଲରରେ ଲୁଙ୍ଗି ହଟାଓ ପୁଙ୍ଗି ବଜାଓ ଡାଏଲଗ ଶୁଣିବାକୁ ମିଳିଛି । ଏହାକୁ ନେଇ ଟ୍ୱିଟ ମଧ୍ୟ କରାଯାଉଛିଯେ ଏହା ଦକ୍ଷିଣ ଭାରତୀୟଙ୍କ ବିରୋଧରେ ଦେଶରେ ଘୃଣା ସୃଷ୍ଟି କରିବା ଭଳି ଭାଷା । ନବାଜୁଦ୍ଦିନଙ୍କ ବାରମ୍ବାର ଏହି ଭାଷା ବ୍ୟବହାର କିଛି ଦର୍ଶକ ଭାବନାଙ୍କୁ ଆଘାତ କରିଛି ।

 

ଫିଲ୍ମ ହାଉସର କହିବା ଅନୁସାରେ ଯାହା ବାଲ ଠାକରେଙ୍କ ଜୀବନୀର ସତ୍ୟତା ତାହା ଦର୍ଶାଯାଇଛି । ବାସ୍ତବ ଚରିତ୍ରକୁ ଦେଖାଯାଇଛି ଏବଂ କିଛି ଭିନ୍ନତା ଯୋଡ଼ା ଯାଇ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More