Only for Entertainment

ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡରେ ରହିଛି ଏଭଳି ଏକ ମନ୍ଦିର, ଯେଉଁଠି ଭିଆଇପି ହୋଇ ଆସିଲେ ହରାଇବାକୁ ପଡେ ଗାଦି !

46

ବୁନ୍ଦେଲଖଣ୍ଡରେ ସ୍ଥିତ ଓରଛାର ରାମରାଜା ମନ୍ଦିରରେ ଲୋକମାନେ ଆଜି ମଧ୍ୟ ଭଗବାନ ରାମଙ୍କୁ ରାଜା ରୂପେ ମାନି ଆସିଛନ୍ତି । ମାନ୍ୟତା ରହିଛି କି ଏହା ଦୁନିଆର ଏକମାତ୍ର ଏଭଳି ମନ୍ଦିର ଅଟେ ଯେଉଁଠାରେ ରାଜା ରାମ ବାସ କରନ୍ତି । ଭଗବାନ ଶ୍ରୀରାମଙ୍କର ସକାଳରୁ ହିଁ ମନ୍ଦିର ଖୋଲା ଯାଇଥାଏ । ଏଠାକୁ ଆସୁଥିବା କୌଣସି ନେତା ଭିଆଇପି ନୁହଁନ୍ତି । ଏହି ମନ୍ଦିରକୁ ପ୍ରତିଦିନ ଦେଶ ବିଦେଶରୁ ଅନେକ ଲୋକ ଦର୍ଶନ ଲାଗି ଆସିଥାଆନ୍ତି । ସେ ଦେଶରେ ଯେତେ ବଡ ନେତା ହେଉ ନା କାହିଁକି । କେବଳ ସେତିକି ନୁହେଁ ଏଙ୍ଖାରେ ଶ୍ରୀରାମଙ୍କୁ ଚାରିପଟରୁ ଗାର୍ଡ ଅଫ ଅନର ଦିଆଯାଇଥାଏ । ଆଜି ବି ଏଠାକୁ କୌଣସି ନେତା ଆସିଲେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଏ ନାହିଁ । ଏଠାରେ ସଲାମୀ କେବଳ ରାମରାଜାଙ୍କୁ ହିଁ ଦିଆଯାଏ । ଏଙ୍ଖାରେ ଏଭଳି ମାନ୍ୟତା ରହିଛି ଯେ, କେହି ବି ନେତା ଏଠାକୁ ନାଲିବତୀ ଗାଡି ନେଇ ଆସିବା ଅପରାଧ ଅଟେ । ଏହା କଲେ ସେହି ଭିଆଇପିଙ୍କର ପଦ ଏବଂ ଗାଦି ମଧ୍ୟ ହରାଇଥାଆନ୍ତି ।

ମାନ୍ୟତା ରହିଛି ଯେ ୫୦୦ବର୍ଷ ପୂର୍ବ ବୂନ୍ଦେଲଖଣ୍ଡର ରାଜଧାନୀ ଓରଛା ରାଜା ମଧୁକର ଶାହଙ୍କ ପତ୍ନୀ କୂଅଁର ଗଣେଶ ଭଗବାନ ଶ୍ରୀରାମଙ୍କୁ ଅଯୋଧ୍ୟାରୁ ଓରଛା ଅଣାଯାଇଛି । ଏଭଳି ମାନ୍ୟତା ରହିଛି ଯେ ରାଜା ରାମ ଆସିବା ପୂର୍ବରୁ ଏଭଳି କିଛି ସର୍ତ୍ତ ରଖିଥିଲେ ଯେ ଯଦି ସେ ବିରାଜମାନ ହେବେ ତେବେ ତାଙ୍କୁ ତାଙ୍କୁ ତାଙ୍କ ଗାଦିରୁ କେହି କାଢିବେ ନାହିଁ ଏବଂ ଓରଛାର ରାଜା କେବଳ ସେ ହେବେ । ଏହି କାରଣରୁ ଏଭଳି ମାନ୍ୟତା ଆଜି ପର୍ଯ୍ୟନ୍ତ ରହି ଆସିଛ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More