Only for Entertainment

ବଡ ପରଦାରେ ନଜର ଆସିବେ ‘କୁମକୁମ ଭାଗ୍ୟ’ ନାୟିକା ମୃଣାଳ

YouTube
0 37

ଟିଭି ଷ୍ଟାର ଏବେ ବଲିଉଡ ମୁହାଁ । ଜଣକ ପରେ ଜଣେ ସିରିଏଲ ଷ୍ଟାର ବଲିଉଡରେ ପାଦ ଥାପିବାରେ ଲାଗିଛନ୍ତି । ଫିଲ୍ମ ‘ଗୋଲ୍ଡ’ରେ ଅକ୍ଷୟଙ୍କ ସହ ମୌନୀ ରାୟ ଡେବ୍ୟୁ କରିବା ପରେ ଏବେ ସିରିଏଲ ‘କୁମକୁମ ଭାଗ୍ୟ’ ଫେମ୍ ମୃଣାଳ ଠାକୁରଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ । ଜୀ ଟିଭିରେ ପ୍ରସାରିତ ହେଉଥିବା ଧାରାବାହିକ ‘କୁମକୁମ ଭାଗ୍ୟ’ରେ ପ୍ରଥମ ଥର ପାଇଁ ବୁଲୁବୁଲୁ ଭୂମିକା ଲିଭାଇଥିବା ମୃଣାଳ ଠାକୁରଙ୍କୁ ଅନେକ ପ୍ରଶଂସକ ପସନ୍ଦ କରନ୍ତି । ତେବେ ଏହି ସୋ’ ଛାଡିବା ପରେ ସେ ସିଧାସଳଖ ଲକ ଇଣ୍ଡୋ-ଆମେରିକାନ ଫିଲ୍ମ ‘ଲଭ ସୋନଆ’ର ଅଫର ପାଇଥିଲେ ।

ତେବେ ଏବେ ଶୁଣିବାକୁ ମିଳୁଛି ଯେ ମୃଣାଳ ବଲିଉଡ ଡେବ୍ୟୁ ଅଫର ପାଇଛନ୍ତି । ବର୍ତ୍ତମାନ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଚର୍ଚ୍ଚାର କାରଣ ହେଉଛି ପ୍ରଥମ ଫିଲ୍ମ ମୃଣାଳ ଜଣେ ବଡ଼ ଷ୍ଟାରଙ୍କ ବିପକ୍ଷରେ ଅଭିନୟ କରିବାକୁ ସୁଯୋଗ ପାଇଛନ୍ତି । ଆଉ ସେହି ଷ୍ଟାର ଜଣକ ଅନ୍ୟ କେହି ନୁହଁନ୍ତି ବରଂ, ସେ ହେଉଛନ୍ତି ବଲିଉଡର ସୁପର ହିରୋ ହ୍ରିତିକ ରୋଶନ ।

ଏହା ଶୁଣି ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ୟ୍ୟ ଲାଗୁଥିବ । କିନ୍ତୁ ଏହା ହିଁ ସତ ଯେ, ସେ ହ୍ରିତିକଙ୍କ ବିପକ୍ଷରେ ଅଭିନୟ କରିବେ । ଖବର ଅନୁସାରେ, ଆଲୋଚନା କରାଯାଉଛି କି ବିକାଶ ବେହଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ବାୟୋପିକ ‘ସୁପର ୩୦’ର ନାୟିକା ଲାଗି ମୃଣାଳକୁ ଅଫର ଦିଆଯାଇଛି । ସୁପର ୩୦ ପ୍ରଖ୍ୟାତ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ ଆନନ୍ଦ କୁମାରଙ୍କ ଭୂମିକା ଲିଭାଇବେ ହ୍ରିତିକ । ଆଉ ତାଙ୍କ ପତ୍ନୀଙ୍କ ଭୂମିକାରେ ମୃଣାଳ ନଜର ଆସିବେ । ତେବେ ଏହି ସିନେମା ମୃଣାଳଙ୍କ ପାଇଁ ଉଜ୍ୱଳ ଭବିଷ୍ୟତର ଆଶା ଦେଖାଇବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More