ମହେନ୍ଦ୍ର ସିଂ ଧୋନିଙ୍କୁ ଡ୍ୟାନ୍ସ ଶିଖାଇଲେ ଝିଅ ଜିଭା, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।
ମହେନ୍ଦ୍ର ସିଂ ଧୋନି ଏବେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି । କ୍ରିକେଟରୁ ଫୁରୁସତ ମିଳିବା ମାତ୍ରେ ସେ ଝିଅ ଜିଭାଙ୍କ ସହିତ ସମୟ ବିତାଉଥିବା ଦେଖିବାକୁ ମିଳିଥାଏ । ଅସଲରେ ଧୋନି ଏବଂ ତାଙ୍କ ଝିଅ ଜିଭାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ତାଙ୍କ ଫ୍ୟାନ୍ସ ଖୁବ ସେୟାର ଏବଂ ଲାଇକ କରୁଥିବାର ଦେଖିବାକୁ ମିଳୁଛି । ଭିଡିଓରେ ଧୋନି ଝିଅ ଜିଭାଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ଜିଭା ପାପା ଧୋନିଙ୍କୁ ଡ୍ୟାନ୍ସ ଷ୍ଟେପ ଶିଖାଉଥିବାର ଦେଖିବାକୁ ମିଳିଛି ଏବଂ ଧୋନି ମଧ୍ୟ ଜିଭାଙ୍କ ଡ୍ୟାନ୍ସ ଷ୍ଟେପକୁ କପି କରୁଥିବାର ନଜର ଆସିଛନ୍ତି । ବାପା ଝିଅଙ୍କ ଏହି କ୍ୟୁଟ କେମେଷ୍ଟ୍ରୀ ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି ।
ଏହା ପୂର୍ବରୁ ମଧ୍ୟ ଜିଭା ଏବଂ ଧୋନିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛିନ୍ତି । କିଛି ଦିନ ପୂର୍ବେ ଧୋନି ଏକ ଭିଡିଓ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଥିଲା । ଭିଡିଓରେ ଧୋନି ଜିଭାଙ୍କୁ ତାମିଲ ଏବଂ ଭୋଜପୁରୀ ଶିଖାଉଥିବାର ନଜର ଆସିଥିଲେ ।