ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମୋଗଲାଇ କବାବ ।
ପ୍ରସ୍ତୁତି ସାମଗ୍ରୀ- 500 ଗ୍ରାମ ମାଂସ(ବଡ ବଡ ପିସ୍) ଦୁଇଟି ପିଆଜ, ଏକ ଗୋଟି ରସୁଣ, ଏକ ଇଞ୍ଚ ଅଦା, ଦୁଇ ଖଣ୍ଡ ଡାଲଚିନି, ଦୁଇଟି ଅଣ୍ଡା, ଦୁଇ ଚାମଚ ମଇଦା, ଅଳ୍ପ ଧନିଆ ପତ୍ର, ଏକ କପ୍ ତେଲ, ଛଅଟି ଲାଲ ଲଙ୍କା, ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ- ପିଆଜ, ଅଦା, ରସୁଣ କୁ ଚିକଣ କରି ବାଟିଦେବେ. ଲଙ୍କା, ଗୁଜୁରାତି ଓ ଡାଲଚିନି କୁ ବାଟିଦେବେ । କରେଇରେ ଅଧ କପ୍ ତେଲ ପକାଇ ମାଂସ, ଦହି, ପିଆଜ, ମସଲା, ଗରମ ମସଲା, ଲୁଣ ଓ ହଳଦୀ ପକାଇ କମ୍ ନିଆଁରେ ବସାଇବ । ମାଂସ ସିଝିଗଲେ ଓହ୍ଲାଇ ରଖିବ । ଅଣ୍ଡାକୁ ଫେଣ୍ଟିଦେବ । ଅଣ୍ଡା ଫେଣ୍ଟାରେ ମଇଦାକୁ ଭଲ କରି ମିଶାଇ ଦେବ । ମାଂସ ଥଣ୍ଡାହେଲେ ତାୱାରେ ତେଲ ଗରମ କରି ସେଥିରେ ଗୋଟିଏ ମାଂସ ପିସ୍ ଅଣ୍ଡା ଫେଣ୍ଟାରେ ବୁଡାଇ ଭାଜିଦେବ । ଗରମ ଗରମ ପରଶିବ ।