Only for Entertainment

ପୁଅର ବିବାହ ପୂର୍ବରୁ ମୁମ୍ବାଇ ପୋଲିସ ଅଧିକାରୀଙ୍କୁ ୫୦ ହଜାର କିଲୋ ମିଠା ବାଣ୍ଟିଲେ ମୁକେଶ ଅମ୍ବାନୀ

NewsX
30

ମୁକେଶ ଅମ୍ବାନୀ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ପୂର୍ବରୁ ମୁ ମ୍ବାଇ ପୋଲିସଙ୍କୁ ଏକ ସ୍ୱିଟ ସରପ୍ରାଇଜ ଦେଇଛନ୍ତି । ମୁକେଶ ଅମ୍ବାନୀ ମୁମ୍ବାଇ ପୋଲିସର ଅଧିକାରୀ ମାନଙ୍କୁ ୫୦ ହଜାରର ମିଠା ଡବା ବାଣ୍ଟିଛନ୍ତି ।

ଏକ ରିପୋର୍ଟ ଅନୁସାରେ ମୁମ୍ବାଇର ପ୍ରତ୍ୟେକ ପୋଲିସ ଷ୍ଟେସନରେ ମିଠା ଡବା ପହଁଚାଇ ଦିଆଯାଇଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ , ମୋତେ ମିଠା ଡବା ପୋଲିସ ଷ୍ଟେସନରୁ ମିଳିଥିଲା । ଡବା ଉପରେ ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କ ନାମ ଲେଖାହୋଇଥିଲା ।

ambani

କହିରଖୁଛୁ ଯେ, ମୁକେଶ ଏବଂ ନୀତା ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ୯ ମାର୍ଚ୍ଚରେ ଶ୍ଲୋକା ମେହତାଙ୍କୁ ବିବାହ କରିବେ । ବିବାହ କାର୍ଡ ଅନୁସାରେ ବିବାହ ସମସ୍ତ ସେରେମୋନୀ ୩ ଦିନ ଜିଓ ୱାର୍ଲ୍ଡ ସେଣ୍ଟରରେ ଚାଲିବ । ୧୧ ମାର୍ଚ୍ଚରେ ଦୁହିଁଙ୍କ ବିବାହ ରିସେପ୍ସନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ସ୍ୱେଜରଲ୍ୟାଣ୍ଡରେ ପ୍ରି-ୱେଡିଂ ପାର୍ଟିର ଆୟୋଜନ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More