Only for Entertainment

ଭାବି ଜ୍ୱାଇଁ ଆନନ୍ଦଙ୍କ ସହିତ ଆଶୀର୍ବାଦ ନେବା ପାଇଁ ଇସ୍କନ ମନ୍ଦିରରେ ପହଁଚିଲେ ଅମ୍ବାନି ପରିବାର, ଦେଖନ୍ତୁ ଫଟୋ

Zee News
0 69

ରବିବାର ମୁକେଶ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନି ଏବଂ ଆନନ୍ଦ ପିରାମଲଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ସଂନ୍ଧ୍ୟାରେ ପୁରା ପରିବାର ଇଶା ଅମ୍ବାନିଙ୍କ ଭାବି ସ୍ୱାମୀ ଆନନ୍ଦ ପିରାମଲ ସହିତ ମୁମ୍ବାଇର ଇସ୍କନ ମନ୍ଦିରରେ ଆଶୀର୍ବାଦ ନେବା ପାଇଁ ପହଁଚିଥିଲେ ।

ambani

ମୁକେଶ ଅମ୍ବାନି, ନୀତା ଅମ୍ବାନି, ଇଶା ଅମ୍ବାନି, ଅନନ୍ତ ଅମ୍ବାନି ଏବଂ ଆନନ୍ଦ ପିରାମଲ ଏକା ସହିତ ଦର୍ଶନ କରିବା ପାଇଁ ମନ୍ଦିରରେ ପହଁଚିଥିଲେ । କିନ୍ତୁ ଆକାଶ ଅମ୍ବାନି ଏବଂ ତାଙ୍କ ଭାବିପତ୍ନୀ ଶ୍ଲୋକା ମେହତା ନଜର ଆସିନଥିଲେ ।

ambani1

 

ଇଶା ଚଳିତ ବର୍ଷ ଡ଼ିସେମ୍ବରରେ ବ୍ୟବସାୟୀ ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କୁ ବିବାହ କରିବେ ବୋଲି ଜଣା ପଡ଼ିଛି । ବହୁତ ପୂର୍ବରୁ ଇଶା ଆନନ୍ଦଙ୍କୁ ଜାଣିଥିବା ସହ ଦୁହିଁଙ୍କ ପରିବାର ଏହି ସଂପର୍କକୁ ସହମତି ଜଣାଇଥିବା ଜଣା ପଡ଼ିଛି ।

ambani2

ଆନନ୍ଦ ଇଶାଙ୍କୁ ମହାବଳେଶ୍ୱରରେ ବିବାହ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଇଶା ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ । ଏ ବିଷୟରେ ଦୁହିଁଙ୍କ ପରିବାର ଲୋକ ଜାଣିବା ପରେ ଏହି ବିବାହକୁ ସହମତି ଜଣାଇଥିଲେ ।

isha

ସୂଚନା ମୁତବାକ, ଆନନ୍ଦ ହାର୍ଭାର୍ଡ଼ ବିଜ୍ନେସ ସ୍କୁଲରେ ନିଜ ପଢ଼ା ସାରି ଏବେ ପିରାମଲ ଏଣ୍ଟରପ୍ରାଇସେସ୍ରେ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ଜଣା ପଡ଼ିଛି । ହାର୍ଭାର୍ଡ଼ ବିଜ୍ନେସ ସ୍କୁଲରେ ପଢ଼ା ସାରି ସେ ନିଜର ଦୁଇଟି କମ୍ପାନି ଆରମ୍ଭ କରିଥିଲେ । ଗୋଟେ ହେଲା ପିରାମଲ ଇ. ହେଲ୍ଥ ଏବଂ ଦ୍ୱିତୀୟଟି ହେଲା ରିୟଲ ଇଷ୍ଟେଟ୍ ପିରାମଲ ରିୟାଲିଟି । ଏହି ଦୁଇ କମ୍ପାନି ପିରାମଲ ଏଣ୍ଟରପ୍ରାଇସେସ୍ର ଗୋଟେ ଭାଗ ବୋଲି ଜଣା ପଡ଼ିଛି । ଏହା ସହ ବ୍ୟବସାୟୀ ହେବା ପାଇଁ ସେ ମୁକେଶ ଅମ୍ବାନିଙ୍କଠାରୁ ଅନୁପ୍ରାଣିତ ହୋଇଥିଲେ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More