Only for Entertainment

ମୁକ୍ତିଲାଭ କରିଛି ଆଗାମୀ ହିନ୍ଦୀ – ଡ୍ରାମା ଚଳଚ୍ଚିତ୍ର ‘ମୁଲ୍କ’ର ପ୍ରଥମ ଟ୍ରେଲର୍ । ଦେଖିଲେ ଛାତି ଥରି ଉଠିବ ।

0 51

ଆଗାମୀ ହିନ୍ଦୀ ଫିଲ୍ମ ମୁଲ୍କର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ନିର୍ଦ୍ଦେଶ ଅନୁଭବ ସିହ୍ନାଙ୍କ ଏହି ସିନେମାଟି ଏକ ଜବରଦସ୍ତ କାହାଣୀକୁ ନେଇ ଗତିଶୀଳ ହୋଇଛି । ସିନେମାର ଟ୍ରେଲର୍ରେ ଦେଖିବାକୁ ମିଳିଛି କିଭଳି ଏକ ବମ୍ବ୍ଲାଷ୍ଟ ଘଟମାକୁ ନେଇ ଏକ ମୁସଲମାନ୍ ପରିବାର ଅନେକ ଅସୁବିଧା ସାମ୍ନା କରୁଛି । ଆଉ ବିନା ଦୋଷରେ ଥାନା, କଚେରି ଯିବାକୁ ପଡିଛି ସେହି ପରିବାରକୁ । ଏମିତି କି ଅନେକ ଅପବାଦ ଅନେକ ବଦନାମି ସହିବାକୁ ପଡିଛି ପୁରା ପରିବାରକୁ । ଫିଲ୍ମରେ ଅଭିନେତା ଋଷି କପୁର ଓ ଅଭିନେତ୍ରୀ ତାପସି ପନ୍ନୁଙ୍କ ବେଶ ଦମଦାର୍ ଅଭିନୟ ଦେଖିବାକୁ ମିଳିବ । ଯାହାର କିଛି କିଛି ଝଲକ ଟ୍ରେଲର୍ରେ ମଧ୍ୟ ସ୍ଥାନ ପାଇଛି ।

 

ଫିଲ୍ମର କାହାଣୀ ବନାରସ ଏବଂ ଲଖ୍ନୌ ସହର ଉପରେ ପର୍ଯ୍ୟବେଶିତ ହୋଇଛି । ସିନେମାରେ ମୁରାଦ ଅଲ୍ଲି ମୋହମ୍ମଦ ଚରିତ୍ରରେ ଅଭିନେତା ଋଷି କପୁରଙ୍କୁ ଦେଖିବାକୁ ମିଳିବ । ଏହାସହ ଅଭିନେତ୍ରୀ ତାପସି ପନ୍ନୁ ଜଣେ ଓକିଲ ଆରତି ମୋହମ୍ମଦ ଭୂମିକାରେ ନଜର ଆସିବେ । ଯିଏ ରିଷି କପୁର୍ଙ୍କ ଝିଅ ଭୂମିକାକୁ ପରଦାରେ ତୁଲାଇଛନ୍ତି । ଆରତି କୋର୍ଟରେ ନିଜ ପରିବାରକୁ ନିର୍ଦ୍ଦୋଷ ଭାବେ ପ୍ରମାଣ କରିବା ପାଇଁ ଲଢେଇ କରୁଛି ।

ଏମିତି ଏକ ଦମଦାର୍ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ମୁଲ୍କରେ ଅନ୍ୟାନ ପ୍ରମୁଖ ଭୂମିକାରେ ପ୍ରତୀକ ବବର୍, ରଜତ କପୁର, ଆଶୁତୋଷ ରାଣା, ମନୋଜ ପାହ୍ୱା, ନୀନା ଗୁପ୍ତା, ଇନ୍ଦ୍ରନୀଲ୍ ସେନ୍ଗୁପ୍ତା ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । ସିନେମାର ପ୍ରଥମ ଟ୍ରେଲର୍ରେ ବେଶ ଦମଦାର୍ ଡାଏଲଗ୍ ଶୁଣିବାକୁ ମିଳିଛି । ଯାହାକୁ ଦେଖି ଅନୁମାନ କରାଯାଉଛି, ସିନେମାଟି ମଧ୍ୟ ବେଶ ଭଲ ହେବ । ୩ ଅଗଷ୍ଟରେ ପରଦାକୁ ଆସିବ ମୁଲ୍କ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More