Only for Entertainment

ସ୍ମରଣ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ମଲ୍ଟି ଭିଟାମିନ ।

DrenchFit
48

ଛୋଟ ପିଲା ହୁଅନ୍ତୁ ବା ମହିଳା ବା ପୁରୁଷ ସମସ୍ତେ ଅଧିକାଂଶ ସମୟରେ ଗୁରୁତ୍ୱପୂର୍ଣ୍ଣ କଥା ଭୁଲି ଯାଆନ୍ତି । ଯେଉଁ କାରଣରୁ ସମସ୍ତଙ୍କୁ କିଛି କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସ୍କୁଲରେ ଏଥିପାଇଁ ପିଲାମାନେ ଶିକ୍ଷକଙ୍କ ଠାରୁ ମାଡ଼ ମଧ୍ୟ ଖାଇଥାନ୍ତି । ତେବେ ଏହାର କାରଣ ହେଉଛି ଆପଣଙ୍କ ସ୍ମରଣ ଶକ୍ତି କମିବାରେ ଲାଗିଛି । ଯେଉଁଥିପାଇଁ ଆପଣଙ୍କ ସହିତ ଏଭଳି ଘଟୁଛି । କିନ୍ତୁ ଆପଣ ଜାଣନ୍ତିକି ପ୍ରତ୍ୟେକ ରୋଗ ଭଳି ଆପଣ ଏହାର ମଧ୍ୟ ଚିକିତ୍ସା କରିପାରିବେ । ଆପଣ କିଭଳି ସ୍ମରଣ ଶକ୍ତି ବଢାଇବେ ଆସନ୍ତୁ ଆଲୋଚନା କରିବା ।

ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣାରୁ ଜଣାଗଲାଯେ ମଲ୍ଟି ଭିଟାମିନ ଦ୍ୱାରା ସ୍ମରଣ ଶକ୍ତି ବଢିପାରିବ । ଆମେ କହି ରଖୁଛୁଯେ ଶରୀର ସୁସ୍ଥ ପାଇଁ ଆମ ଶରୀରକୁ ୧୩ ପ୍ରକାରର ଭିଟାମିନ ଆବଶ୍ୟକ । ପ୍ରତ୍ୟେକ ଭିଟାମିନର ଭିନ୍ନ ଭିନ୍ନ କାର୍ଯ୍ୟ ରହିଥାଏ ।

ଭିଟାମିନ ଏ ଅଭାବରେ ଦୃଷ୍ଟି ଶକ୍ତି କମଜୋର ହୋଇଥାଏ । ଆଖି ଶୁଖିଲା,ଡ୍ରାଏ ହେୟାର ଏବଂ ସ୍କିନ,ବାରମ୍ବାର ଥଣ୍ଡା ଏବଂ ଜ୍ୱର ଏବଂ ନିଦ ନ ଆସିବା ଭଳି ସମସ୍ୟା ଦେଖାଦିଏ ।

ଭିଟାମିନ ବି କମ୍ପେ୍ଲକ୍ସ ମେଟାବଲିଜିମ ବଢାଏ । ଏହା ସହିତ ଖାଦ୍ୟରୁ ମିଳୁଥିବା ପୋଷଣରୁ ଶକ୍ତି ବାହାର କରିବାରେ ସହାୟକ ହୋଇଥାଏ ।

ଭିଟାମିନ ସି କୋଶିକାକୁ ସୁସ୍ଥ ରଖିଥାଏ । ଏହା ଦାନ୍ତ,ତ୍ୱଚା ଏବଂ ଆଖି ପାଇଁ ଖୁବ ଜରୁରୀ । ଦୁଗ୍ଧ,ଦହି,କମଳା,ଅଁଳା ଓ ଅଙ୍ଗୁର ଆଦିରେ ଏହା ଖୁବ ଭରପୂର ମାତ୍ରାରେ ରହିଥାଏ ।

ଭିଟାମିନ ଡି ସାହାଯ୍ୟରେ ଶରୀରରେ କ୍ୟାଲସିୟମ ନିର୍ମାଣ ହୋଇଥାଏ । ଏହା ଦ୍ୱାରା ହାଡ଼ ମଜବୁତ ହୋଇଥାଏ । ସୂର୍ଯ୍ୟ କିରଣ ମୁଖ୍ୟ ସ୍ରୋତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More