Only for Entertainment

ଈଶା ଅମ୍ବାନୀ ଙ୍କ ବିବାହ କାରଣରୁ ମୁମ୍ବାଇ ଏୟାରପୋର୍ଟ ଭାଙ୍ଗିଲା ରେକର୍ଡ !

133

ମୁମ୍ବାଇ ଏୟାରପୋର୍ଟ ନିଜ ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛି । ଆଜ୍ଞା ହଁ, ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ ଗୋଟେ ଦିନରେ ୧୦୦୭ଟି ବିମାନ ସମ୍ଭାଳିଲା ଭଳି ନୂଆ ରେକର୍ଡ କରିଛି । ଚଳିତ ବର୍ଷ ମୁମ୍ବାଇ ଏୟାରପୋର୍ଟ ୨୪ଘଂଟା ମଧ୍ୟରେ ୧୦୦୩ଟି ବିମାନ ଯିବା-ଆସିବା ରେକର୍ଡ ସ୍ଥାପିତ କରିଥିଲା ।

ସୂତ୍ର ଅନୁସାରେ ଦେଶର ନାମୀ ଉଦ୍ୟୋଗପତି ମୁକେଶ ଆମ୍ବାନୀ ଙ୍କ ଝିଅ ଈଶା ଆମ୍ବାନୀ ବିବାହ କରୁଛନ୍ତି । ଶୁକ୍ରବାର ଦିନରୁ ହିଁ ରାଜସ୍ଥାନ ରେ ତାଙ୍କର ପ୍ରି- ୱେଡିଙ୍ଗ ସେଲେବ୍ରେସନ ଆରମ୍ଭ ହୋଇଛି । ବଲିଉଡ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଏହି ବିବାହରେ ପହଁଚିଥିଲେ । ମୁମ୍ବାଇ ଏୟାରପୋର୍ଟ ରେ ଚଟାର୍ଡ ବିମାନ ଯିବା ଆସିବା ରହିଥିବା ହେତୁ , ଏୟାରପୋର୍ଟ ରେ ବ୍ୟସ୍ତତା ବଢ଼ିଛି ।

ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ପ୍ରବକ୍ତା ଶନିବାର ୧୦୦୭ଟି ବିମାନର ପୁଷ୍ଟି କରିଛନ୍ତି । ମାତ୍ର ସେ ଏହାର କାରଣ କହିନଥିଲେ । ଏଠାରେ ଆମେ କହି ରଖୁଛୁ ଯେ ୧୨ଡିସେମ୍ବର ରେ ଇଶାଙ୍କ ବିବାହ ଉଦ୍ୟମୀ ଆନନ୍ଦ ପିରାମଲ ଙ୍କ ସହ ହେବାକୁ ଯାଉଛି । ଦୁହିଁଙ୍କ ବିବାହ ମୁମ୍ବାଇରେ ଅମ୍ବାନୀ ଙ୍କ ବାସସ୍ଥଳୀ ଏନ୍ଟିଲିଆରେ ସମ୍ପନ୍ନ ହେବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More