Only for Entertainment

ଡବୁ ଅଙ୍କଲଙ୍କ ଭଳି ଏବେ ଚର୍ଚ୍ଚାରେ ସୋମା ଆଂଟି, ଚାହା’ର କଲେ କିଛି ଏଭଳି ବିଜ୍ଞାପନ ।

Twitter
0 61

ଏକ ବାହାଘର ପାର୍ଟିରେ ବଲିଡଡ୍‌ ଅଭିନେତା ଗୋବିନ୍ଦାଙ୍କ ଶୈଳୀରେ ନାଚି ସାରା ଦେଶରେ ଚର୍ଚ୍ଚିତ ହୋଇଥିଲେ ମଧ୍ୟପ୍ରଦେଶ ବିଦିଶାର ଡ଼ବୁ ଅଙ୍କଲ । ଏକ ବିବାହ ଭୋଜିରେ ନାଚୁଥିବା ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସେ ରାତାରାତି ଷ୍ଟାର ବନି ଯାଇଥିଲେ । ଏମିତି କି ତାଙ୍କୁ ବଲିଉଡରୁ ମଧ୍ୟ ଅଫର ଆସିବା ଆରମ୍ଭ ହୋଇଥିଲା । ଡ଼୍ୟାନ୍‌ସିଙ୍ଗ ଅଙ୍କଲଙ୍କ ପରେ ଏବେ ଜଣେ ମହିଳା ସୋସିଆଲ ମିଡ଼ିଆରେ ଛାଇ ଯାଇଛନ୍ତି ।

ସୋମବତୀ ମହାବର ନାମକ ଏହି ମହିଳାଙ୍କ ଚା’ ପିଇବା ଅନ୍ଦାଜ ଏବଂ ଚା’ ପିଇବ କି ନାହିଁ ପଚାରିବାର ଅନ୍ଦାଜର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମସ୍ତଙ୍କୁ ତାଙ୍କ ମଜାଦାର ଶୈଳୀ ପସନ୍ଦ ଆସୁଥିବାର ଦେଖିବାକୁ ମିଳୁଛି । କିଛି ଲୋକ ୟୁ ଟ୍ୟୁବ୍‌ରେ ସୋମବତୀଙ୍କ ଭିଡ଼ିଓ ଦେଖି ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି ।

ଯେଉଁ ଭଳି ଭାବରେ ଡ଼ବୁ ଅଙ୍କଲଙ୍କ ଭିଡ଼ିଓକୁ ଜଣେ କେହି ସେୟାର କରିବା ପରେ ସେ ରାତାରାତି ଷ୍ଟାର ବନି ଯାଇଥିଲେ ସେହିଭଳି ଭାବରେ ମୁମ୍ବାଇ ପୁଲିସର ଏକ ଟ୍ଵିଟ୍‌ ପରେ ସୋମବତୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ୧୪-୧୫ସେକେଣ୍ଡର ଏହି ଭିଡ଼ିଓରେ ସୋମବତୀ ସମସ୍ତଙ୍କୁ ‘ହେଲୋ ଫ୍ରେଣ୍ଡସ୍‌ ଚାଏ ପିଲୋ’ ବୋଲି କହୁଛନ୍ତି ।

ଏହି ଭିଡ଼ିଓକୁ ନେଇ ମୁମ୍ବାଇ ପୁଲିସ ଏକ ସଚେତନତାର ବାର୍ତ୍ତା ଲେଖି ଟ୍ଵିଟରରେ ପୋଷ୍ଟ କରିବା ପରେ ଏହି ଭିଡ଼ିଓଟି ଅଧିକ ଚର୍ଚ୍ଚିତ ହୋଇଛି । ‘ହେଲୋ ଫ୍ରେଣ୍ଡସ୍‌ ଚାଏ ପିଲୋ’କୁ କାଟି ମୁମ୍ବାଇ ପୁଲିସ ‘ହେଲୋ ଫ୍ରେଣ୍ଡସ୍‌ ହେଲ୍‌ମେଟ୍‌ ପେହେନ୍‌ଲୋ’ ଲେଖିଥିଲେ । ଲୋକମାନଙ୍କ ମଧ୍ୟରେ ହେଲ୍‌ମେଟ୍‌କୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ମୁମ୍ବାଇ ପୁଲିସ ଏପରି କରିଥିଲା, ଯାହା ପରେ ସୋମବତୀଙ୍କୁ ଚର୍ଚ୍ଚିତ କରାଇଥିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More