Only for Entertainment

ହ୍ରିତିକ ଏବଂ ଟାଇଗରଙ୍କ ଫିଲ୍ମର ଦୁଇ କଳାକାରଙ୍କୁ ଆତଙ୍କବାଦୀ ଭାବି ପୁଲିସ କଲା ଗିରଫ !

36

ମାୟାନଗରୀ ମୁମ୍ବାଇରେ ସବୁବେଳେ କଳାକାରଙ୍କ ଭିଡ । ଏହିଭଳି ଦୁଇ କଳାକାରଙ୍କ ସହ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି ଯାହା ଚକିତ କରି ପକାଇବ । ମୁମ୍ବାଇ ପୁଲିସ ତରଫରୁ ଏକ ବଡ ଭୁଲ ହୋଇଯାଇଛି । ଅସଲରେ ମୁମ୍ବାଇ ପୁଲିସ ସେହିଭଳି ଦୁଇ ଜଣ ଷ୍ଟ୍ରଗଲ କରୁଥିବା କଳାକାରଙ୍କୁ ଆତଙ୍କବାଦୀ ଭାବି କାବୁ କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ପୁଲିସଙ୍କୁ ମହାରାଷ୍ଟ୍ର ପାଳଘର ଜିଲ୍ଲାରେ ଦୁଇ ଆତଙ୍କବାଦୀ ଥିବା ସୂଚନା ମିଳିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଥିଲା । ଏହି ଖବର ଶୁଣି ପୁଲିସ ସମ୍ପୂର୍ଣ୍ଣ ଜିଲ୍ଲା ସର୍ଚ ଅପରେସନ ଆଲର୍ଟ ଜାରି କରିଥିଲେ । ଶେଷରେ ପୁଲିସ ଏହି ଆତଙ୍କବାଦୀଙ୍କୁ କାବୁ କରିଥିଲେ । ମାତ୍ର ପରେ ଯାହା ଖବର ଆସିଲା ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଧରା ପଡିଲା ପରେ ଜଣା ପଡିଥିଲା ଯେ ଦୁହେଁ କଳାକାର ଅଟନ୍ତି ଏବଂ ଫିଲ୍ମ ଗେଟଅପରେ ବଜାରରେ ବୁଲୁଥିବାରୁ ଲୋକମାନେ ଭୟଭୀତ ହୋଇ ପୁଲିସଙ୍କୁ ସୂଚନା ଦେଇଥିଲେ । ଅସଲରେ ୟଶରାଜ ବ୍ୟାନରରେ ଫିଲ୍ମ ସୁଟିଂ କରୁଥିଲେ ।

ଏକ ରିପୋର୍ଟ ମୁତାବକ ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଅପକମିଂ ଫିଲ୍ମରେ ଏ ଦୁହେଁ ସୁଟିଂ କରୁଛନ୍ତି । ଏଥିମଧ୍ୟରୁ ଜଣକ ନାଁ ବଳରାମ ଗିନବାଲା ଏବଂ ଅନ୍ୟ ଜଣେ ଅରବାଜ ଖାନ । ପୁଲିସ ଗିରଫ କରିବା ପରେ ଚାରିଆଡେ ପଚାରିବାରୁ ଏମାନଙ୍କ ଅସଲ ପରିଚୟ ଜାଣିବାକୁ ମିଳିଥିଲା ଏବଂ ଏହାପରେ ପୁଲିସ ଦୁହିଁଙ୍କୁ ସୁଟିଂ ସ୍ଥଳରେ ଛାଡି ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More