Only for Entertainment

ତନୁଶ୍ରୀ ଦତ୍ତା ଏବଂ ନାନା ପାଟକରଙ୍କ ମାମଲାରେ ନୂଆ ମୋଡ, ଡେଜି ଶାହାଙ୍କ ବୟାନ ରେର୍କଡ କରିବ ମୁମ୍ବାଇ ପୁଲିସ ।

Deccan Chronicle
34

ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଓ ନାନା ପାଟେକର ମାମଲାରେ ନୂଆ ଟୁଇଷ୍ଟ ଆସିଛି । ଏହି ମାମଲାରେ ଏବେ ଅଭିନେତ୍ରୀ ଡେଜି ଶାହାଙ୍କ ବୟାନ ରେର୍କଡ କରିବ ମୁମ୍ବାଇ ପୁଲିସ । ଏେନେଇ ଡେଜିଙ୍କୁ ସମନ ପଠାଇଛି ପୁଲିସ । କାରଣ ଫିଲ୍ମ ହର୍ଣ୍ଣ ଓକେ ସୁଟିଂ ଆସିଷ୍ଟାଣ୍ଟ କୋରିଓଗ୍ରାଫଭାବେ ଥିଲେ ଡେଜି ।

ଖବର ଅନୁସାରେ ଫିଲ୍ମର ଯେଉଁ ଗୀତ ସୁଟିଂ ସମୟରେ ତନୁଶ୍ରୀ, ନାନା ପାଟେକର ଓ ଗଣେଷ ଆଚାର୍ଯ୍ୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ସେହି ଗୀତରେ ଡେଜି ଆସିଷ୍ଟାଣ୍ଟ କୋରିଓଗ୍ରାଫରଭାବେ କାମ କରୁଥିଲେ । ତେଣୁ ମାମଲରେ ଡେଜିଙ୍କ ବୟାନ ବେଶ ଗୁରୁତ୍ୱ ରଖୁଥିବା କହିଛି ମୁମ୍ବାଇ ପୁଲିସ । କିଛି ଦିନ ପୂର୍ବରୁ ମିଠୁ କ୍ୟାମ୍ପେନ ଜରିଆରେ ତନୁଶ୍ରୀ ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଏଥିସହ ଗଣେଶ ଆଚାର୍ଯ୍ୟ ଓ ଫିଲ୍ମର ପ୍ରଡ୍ୟୁସର ନାନାଙ୍କୁ ସହଯୋଗ କରିଥିବା ମଧ୍ୟ ସେ ଅଭିଯୋଗ ଆଣିଥିଲେ । ସେଟରେ ନାନା ଡ୍ୟାନ୍ସ ଷ୍ଟେପ ବଦଳାଇବା ସହ ତାଙ୍କ ସହ ଦୁବ୍ୟବହାର କରିଥିବା ଅଭିଯୋଗ ଆଣିଥିଲେ ତନୁଶ୍ରୀ । ଦିନକୁ ଦିନ ମାମାଲା ଘନେଇବା ସହ ଏବେ ଏହା ସୁଟିଂ ସେଟରୁ ଯାଇ କୋର୍ଟରେ ପହଁଚିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More