Only for Entertainment

ପ୍ରବଳ ବର୍ଷାରେ ଏପରି ମସ୍ତି କରୁଥିବାର ନଜର ଆସିଲେ ଜାହ୍ନବୀ, ଭିଡିଓ ଭାଇରାଲ ।

khabarNDTV
0 58

ମୁମ୍ବାଇ ଏବଂ ଏହାର ପାଖ ସ୍ଥାନରେ ମୁଶଳଧାରାରେ ବର୍ଷା ହେବା କାରଣରୁ ସଡକ ଏବଂ ରେଳପଟ୍ରିରେ ପାଣି ଭରି ହୋଇଯାଇଛି । ଏହି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲେଣି । ପ୍ରବଳ ବର୍ଷା ଲୋକଙ୍କୁ ଚିନ୍ତାରେ ପକାଇ ଦେଲାଣି । ମାତ୍ର ବଲିଉଡରେ ଏଭଳି ଦୁଇଜଣ କଳାକାର ଅଛନ୍ତି ଯେଉଁମାନେ ଏଭଳି ପ୍ରବଳ ବର୍ଷାକୁ ଏନଂଜୟ କରିବା ଉପରେ ବିଶ୍ୱାସ ରଖନ୍ତି । ଆମେ ଏଠାରେ କହୁଛୁ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଏବଂ ଈଶାନ ଖଟ୍ଟରଙ୍କ ବିଷୟରେ । ଦୁହିଁଙ୍କ ଆଗାମୀ ଫିଲ୍ମ ଧଡକ ରିଲିଜ ହେବା ଲାଗି ପ୍ରସ୍ତୁତ ଅଟେ, ଏହି ସମୟରେ ଦୁଇ କଳାକାର ଫିଲ୍ମର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି । ପ୍ରବଳ ବର୍ଷା ମଧ୍ୟରେ ଦୁହେଁ ପ୍ରମୋସନ ପାଇଁ ରେଡିଓ ଷ୍ଟେସନ ପହଂଚିଥିଲେ ।

Haha Jannu and Ishaan loving the rain ☔️ @janhvikapoor @ishaan95

A post shared by Janhvi Kapoor/ Khushi Kapoor ? (@janhvikhushixo) on

ଜାହ୍ନବୀ ଏବଂ ଈଶାନ ଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦୁହିଁଙ୍କ ଫନି ଅନ୍ଦାଜ ପରିଷ୍କାର ନଜର ଆସିଛି । ବର୍ଷା ଏବଂ ମୁମ୍ବାଇ ଟ୍ରାଫିକ ଅତିକ୍ରମ କରି ଦୁହେଁ ଭେନ୍ୟୁରେ ପହଂଚିଥିଲେ । ସିକ୍ୟୁରିଟି ତାଙ୍କୁ ନେବା ଲାଗି ଛତା ଧରି ଛିଡା ହେବା ସତ୍ତେ୍ୱ ଦୁହେଁ ବର୍ଷାରେ ଭିିଜି ଡ୍ୟାନ୍ସ କରି ହସି ଭେନ୍ୟୁରେ ପହଂଚିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ୨୦ଜୁଲାଇରେ ରିଲିଜ ହେବ । କରଣ ଜୋହର ଙ୍କ ଧର୍ମା ପ୍ରଡକ୍ସନ ଏବଂ ଜି ଷ୍ଟୁଡିଓ ମିଶି ଏହି ଫିଲ୍ମ ନିର୍ମାଣ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More