Only for Entertainment

୨୦୧୬ରୁ ନିଖୋଜ ଅଛନ୍ତି ମୁନ୍ନାଭାଇ ଏମବିଏସର ଏହି ଆକ୍ଟର ।

times of india
39

ଫିଲ୍ମ ମୁନ୍ନାଭାଇ ଏମବିଏସ ଦର୍ଶକଙ୍କୁ କେତେ ପସନ୍ଦ ଆସିଥିଲା ତାହା ଏବେ ମଧ୍ୟ ଦେଖିବାକୁ ମଳୁଛି । ସଂଜୟ ଦତ୍ତଙ୍କ ଅଭିନୟ ଏହି ଫିଲ୍ମରେ ଥିଲା ସଂପୂର୍ଣ୍ଣ ଭିନ୍ନ ।ଯାହାପରେ ଫିଲ୍ମରେ ଏକ ସିକ୍ଲେଲ ମଧ୍ୟ ଆସିଥିଲା । ତାହା ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ । ଗତ କିଛି ଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲାଯେ ଫିଲ୍ମର ଅନ୍ୟ ଏକ ସିକ୍ଲେଲ ରିଲିଜ ହେବ । ତେବେ ସଂଜୟ ଦତ୍ତ ପୁଣି ମୁନ୍ନାଭାଇ ଚରିତ୍ରରେ ନଜର ଆସନ୍ତୁ ଏହା ଦର୍ଶକଙ୍କ ଇଛା । ଏହି ମଧ୍ୟରେ ଫିଲ୍ମର ଜଣେ କଳାକାରଙ୍କୁ ନେଇ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । କଥା ହେଉଛି ଫିଲ୍ମରେ ସପୋର୍ଟିଙ୍ଗ କାଷ୍ଟ ମେମ୍ବର ଭାବରେ ନଜର ଆସିଥିବା ଅଭିନେତା ବିଶାଲ ଠାକର ୨୦୧୬ ପରଠାରୁ ନିଖୋଜ ଅଛନ୍ତି ।

ବାସ୍ତବରେ ବିଶାଲ ୩୧ ଡିସେମ୍ବର ୨୦୧୫ରେ ତାଙ୍କ ମା’ଙ୍କୁ ଫିଲ୍ମ ଦେଖିବା ପାଇଁ ୫୦୦ ଟଙ୍କା ମାଗିଲେ ଏବଂ ତାଙ୍କୁ ମଧ୍ୟ ଫିଲ୍ମ ଦେଖିôବାକୁ ଯିବା ପାଇଁ ଡାକିଲେ, କିନ୍ତୁ ତାଙ୍କ ମା ମନା କରି ଦେଇଥିଲେ ଏବଂ ସେ ଏକା ଚାଲି ଯାଇଥିଲେ । ସେହି ତାରିଖ ସଂଧ୍ୟା ସମୟରେ ସେ ବାରମ୍ବାର ତାଙ୍କ ବାପାଙ୍କୁ ମେସେଜ କରୁଥିଲେଯେ ସେ ଏକ ପାର୍ଟିରେ ଅଛନ୍ତି ଏବଂ ସେ ତା ପରଦିନ ସକାଳେ ଘରକୁ ଫେରିବେ ।

ପୋଲିସର କହିବା ଅନୁସାରେ ମୁଲୁନ୍ଦରେ ବାପାମାଆଙ୍କ ସହିତ ରହୁଥିବା ବିଶାଲ ଶେଷ ଥର ପାଇଁ ୧ ଜାନୁୟାରୀ ୨୦୧୬ ଦିନ ୧୧ଟା ୪୫ ମିନିଟରେ ରେ ଗର୍ଲଫ୍ରେଣ୍ଡ ସହିତ ଥାନେର ଗଡ଼ବୁନ୍ଦର ରୋଡ଼ ନିକଟରେ ନଜର ଆସିଥିଲେ ।ସେଦିନ ସେ ସୁଟ ପାଇଁ ଅନେ୍ଧରୀ ଯାଉଥିଲେ । କିନ୍ତୁ ତାହା ପରଠାରୁ ତାଙ୍କର କୌଣସି ପ୍ରକାରର ମଧ୍ୟ ଖବର ନାହିଁ । ଏହା ସହିତ ତାଙ୍କ ବ୍ୟାଙ୍କ ଆକାଉଂଟରେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ବିଶାଲଙ୍କ ଗର୍ଲଫ୍ରେଣ୍ଡକୁ ବାରମ୍ବାର ପ୍ରଶ୍ନ କରିବା ସତ୍ୱେ ସେହିଭଳି କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ତେବେ ଏହା କିଡନାପିଂ ନା ହତ୍ୟା ସେଭଳି କିଛି ସୂଚନା ମିଳିନାହିଁ ।

ଶେଷ ଥର ପାଇଁ ବିଶାଲ ୧୨ଟା ୧୦ରେ ହାପି ନ୍ୟୁ ଇୟର ଲେଖି ପୋଷ୍ଟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More