Only for Entertainment

ଅଧୁନା ଅଖତରଙ୍କ ଫାଇନାନ୍ସ ମ୍ୟାନେଜରଙ୍କୁ ମର୍ଡର । ଶରୀର ୩ ଭାଗ ।

aajtak
0 70

ଫରହାନ ଅଖତରଙ୍କ ପୂର୍ବ ପତ୍ନୀ ଅଧୁନା ଅଖତରଙ୍କ ସାଲୁନି ବି ବ୍ଲଂଟର ଫାଇନାନ୍ସ ମ୍ୟାନେଜର ଭାବେ କାମ କରୁଥିବା କୀର୍ତ୍ତି ବ୍ୟାସ ନାମକ ଏକ ଝିଅକୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି । କିଛି ଦିନ ହେବ କୀର୍ତ୍ତି ମିଳୁନଥିଲେ । ଫରହାନ ଅଖତର ମଧ୍ୟ ଏହି ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ।

ଏହି ମାମଲାକୁ ତଦାରଖ କରୁଥିବା ମୁମ୍ବାଇ ପୋଲିସର ସୂଚନା ମୁତାବକ କୀର୍ତ୍ତିଙ୍କୁ ହତ୍ୟା କରାଯାଇଛି । କ୍ରାଇମ ବ୍ରାଂଚ ଏହି ମାମଲାରେ ଜଣେ ମହିଳା ସହିତ ଅନ୍ୟ ଦୁଇଜଣ ଦୋଷୀକୁ ଗିରଫ କରିଛି । ଦୋଷୀମାନେ ହେଉଛନ୍ତି କୀର୍ତ୍ତିଙ୍କ ସହିତ ସେଲୁନରେ କାମ କରୁଥିବ କର୍ମଚାରୀ । ପୋଲିସର କହିବା ଅନୁସାରେ ସେମାନଙ୍କ ମଧ୍ୟରୁ ଜଣେ କର୍ମଚାୀକୁ ଖରାପ କରୁଥିବା ଦେଖି କୀର୍ତ୍ତି ନୋଟିସ ଦେଇଥିଲେ । ତେଣୁ ଏଥିରେ ରାଗିଯାଇ ଦୋଷୀ ଅନ୍ୟ ଦୁଇଜଣଙ୍କ ସହିତ ମିଶି ହତ୍ୟା କରିଛି । ପୋଲିସକୁ ଏହି ସୂଚନା ସେହି ସମୟରେ ମିଳିଲା ଯେତେବେଳେ ଦୋଷୀଙ୍କ ଗାଡ଼ିରୁ ମିଳିଥିବା ରକ୍ତ କୀର୍ତ୍ତିଙ୍କ ପରିବାର ଲୋକଙ୍କ ରକ୍ତ ସହିତ ମିଶାଗଲା ଏବଂ ବ୍ଲଡ ସାମ୍ପଲ ମିଶିଗଲ । ଦୋଷୀଙ୍କ ନାମ ହେଉଛି ସିଦେ୍ଧଶ ତାହ୍ମଣକର ଏବଂ ଖୁସି ରାଜବାନୀ ।

ଦୋଷୀ ସିଦେ୍ଧଶ ସେହି ସେଲୁନରେ ଆକାଉଂଟ ଏକଜିକୁଟିଭର କାମ କରୁଥିଲା ଓ ଖୁସି ଥିଲା ଏକାଡେମୀ ମ୍ୟାନେଜର । ପୋଳିସର କହିବା ଅନୁସାରେ ଦୁଇଜଣ ରିଲେସନସିପରେ ଥିଲେ । ୧୬ ଫେବୃୟାରୀରୁ ଆଉ କିର୍ତ୍ତୀ ମିଳୁନଥିଲେ । ସେଦିନ ଦୁଇ ଦୋଷୀ କିର୍ତ୍ତୀଙ୍କ ଘର ସାମ୍ନାରେ ଗାଡ଼ି ରଖିଲେ ଏବଂ ଅଫିସରେ ଛାଡ଼ିଦେବେ ବୋଲି କହିଥିଲେ ।
ତଦାରଖ ଚାଲିବା ପରେ ଦୋଷୀମାନେ କହିଥିଲେଯେ ସେ କିର୍ତ୍ତୀଙ୍କୁ ଗ୍ରାଣ୍ଡ ରୋଡ଼ ଷ୍ଟେସନରେ ଛାଡ଼ି ଦେଇଥିଲେ । କିନ୍ତୁ ପରେ ସିସିଟିଭି ଫୁଟେଜରୁ ଜଣାଗଲାଯେ କୀର୍ତ୍ତି ସେଠାରେ ପହଂଚିନଥିଲେ । ଏହାପରେ ପୋଲିସକୁ ଦୋଷୀଙ୍କ ଉପରେ ସନ୍ଦେହ ହୋଇଥିଲା । ଏହାପରେ ଦୋଷୀଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଥିଲା । ଏହାପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଲାଯେ ସେମାନେ କୀର୍ତ୍ତିଙ୍କୁ ହତ୍ୟା କରି ତାଙ୍କ ଶବକୁ ୩ ଖଣ୍ଡ କରି ଦେଇଛନ୍ତି । ତେବେ ପୋଲିସ କୀର୍ତ୍ତିଙ୍କ ଶବକୁ ଖୋଜୁଛି ।

ଫରହାନ ଅଖତର ଏକ ଟ୍ୱିଟ ମଧ୍ୟ କରିଛନ୍ତି ।

 


କୀର୍ତ୍ତିଙ୍କ ମା ସିଦେ୍ଧଶକୁ କହିଥିଲେଯେ ତୁ ଯଦି ମୋ ଝିଅକୁ ଫେରାଇଦେବୁ ତେବେ ମୁଁ ତୋ ନାମରେ ଏଫଆଇଆର ଦେବି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More