ଅଧିକାଂଶ ବ୍ୟକ୍ତି ଛତୁ ଖାଇବାକୁ ପସନ୍ଦ କରନ୍ତି କାରଣ ଏହା ଖୁବ ସ୍ୱାଦିଷ୍ଟ ଲାଗେ । କିନ୍ତୁ ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ । ତେବେ ଏହାର ଉପକାରୀ ଗୁଣ ବିଷୟେରେ ଜାଣିଲେ ଆପଣ ପ୍ରତିଦିନ ଏହାକୁ ଖାଦ୍ୟରେ ସାମିଲ କରିବାକୁ ଚାହିଁବେ ।
ଛତୁରେ ବହୁ ମାତ୍ରାରେ ପୋଷକତ୍ବ ରହିଛି। ଏହା ଶରୀର ପାଇଁ ବେଶ୍ ଲାଭଦାୟକ। ଛତୁ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଛତୁରେ ବହୁମାତ୍ରାରେ ସୋଡିୟମ, ପ୍ରୋଟିନ୍, କ୍ୟାଲିସିୟମ୍, ମ୍ୟାଗ୍ନେସିୟମ୍ ରହିଥାଏ, ଯାହା ଶରୀରରେ କୋଲେଷ୍ଟରଲ ଓ ଶର୍କରାକୁ କମ୍ କରିଥାଏ। ଏହା ମେଦବହୁଳ ଓ ହୃଦ୍ରୋଗୀଙ୍କ ପାଇଁ ବେଶ୍ ଉପଯୋଗୀ। ଏହା ବ୍ୟତିତ ଛତୁ କେଶକୁ ସୁସ୍ଥ ଓ ସୁନ୍ଦର କରିବାରେ ମଧ୍ୟ ସହାୟକ ହୋଇଥାଏ ।