Only for Entertainment

ମଶରୁମ୍-ପାଳଙ୍ଗ ଟିକ୍କି ପ୍ରସ୍ତୁତି ପ୍ରଣାଳୀ

Nagar Prabha
22

ସାମଗ୍ରୀ-

୧୦୦ ଗ୍ରାମ୍‌ ମଶ୍‌ରୁମ୍‌, ୫୦ ଗ୍ରାମ୍‌ ଗ୍ରାଇଣ୍ଡିଂ କରାଯାଇଥିବା ପାଳଙ୍ଗ ଶାଗ, ୫୦ ଗ୍ରାମ୍‌ ଆଳୁ, ୫୦ ଗ୍ରାମ୍‌ ପନୀର, ୩ଟି କଞ୍ଚାଲଙ୍କା, ଅଳ୍ପ ରୋଷ୍ଟେଡ୍‌ ଚଣା ପାଉଡର, ଲେମ୍ବୁ ଫାଳେ, ଷ୍ଟଫିଂ ପାଇଁ ଡ୍ରାଏ ନଟ୍‌ସ ଏବଂ ଚିଜ୍‌, ସଜାଇବା ଲାଗି ଧନିଆ ପତ୍ର, ତେଲ ଓ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ-
ଏକ ପାତ୍ରରେ କଟା ମଶ୍‌ରୁମ ରଖନ୍ତୁ। ଏଥିରେ ପାଳଙ୍ଗ, କଟା କଞ୍ଚାଲଙ୍କା, ଗ୍ରେଟେଡ୍‌ ପନୀର ଓ ଆଳୁ ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣରେ ରୋଷ୍ଟେଡ୍‌ ଚଣା ପାଉଡର ପକାଇ ଭଲ ଭାବେ ମିଶାନ୍ତୁ। ଏବେ ମିଶ୍ରଣକୁ ଟିକ୍କି ଆକାରରେ ତିଆରି କରନ୍ତୁ। ଏହା ଭିତରେ ଡ୍ରାଏ ନଟ୍‌ସ ଏବଂ ଚିଜ୍‌ ଷ୍ଟଫିଂ କରିପାରିବେ। ଏବେ ତାୱାରେ ଅଳ୍ପ ତେଲ ଦେଇ ଟିକ୍କିର ଉଭୟ ପାର୍ଶ୍ବ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମଶ୍‌ରୁମ୍‌ ଓ ପାଳଙ୍ଗ ଟିକ୍କି। ପ୍ଲେଟ୍‌କୁ ବାହାର କରି ଲେମ୍ବୁ ଓ ଧନିଆ ପତ୍ରରେ ସଜାଇ ଗରମ ଗରମ ଖାଆନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More