Only for Entertainment

ଛତୁ ପରଟା ପ୍ରସ୍ତୁତି ପ୍ରଣାଳୀ

Archana's Kitchen
0 34

ସାମଗ୍ରୀ:

୧ କପ ଚୂନା ଚୂନା କଟା ଛତୁ , ୧ କପ ମଇଦା , ୧ କପ ଅଟା , ୨ ଟି ସିଝା ଆଳୁ , ଅଧା କପ କଟା ପିଆଜ, ଅଧା ଚାମଚ କଟା ଲଙ୍କା , ୨ ଚାମଚ ଅଦା ରସୁଣ ବଟା, ୧ ଚାମଚ ଗରମ ମସଲା ଗୁଣ୍ଡ , କଟା ଧନିଆ ପତ୍ର ଅଳ୍ପ , ଅଳ୍ପ ରିଫାଇନ ତେଲ ।

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ମଇଦା ଓ ଅଟାକୁ ଏକାଠି ଅଳ୍ପ ଲୁଣ ଓ ପାଣି ଦେଇ ଭଲ ଭାବେ ଚକଟି ୧ ଘଣ୍ଟା ରଖି ଦିଅନ୍ତୁ । ଏବେ ସିଝା ଆଳୁ , ସମସ୍ତ ମସଲା ଓ ଛତୁ କଟା ପକାଇ ଭଲ ଭାବେ ଚକଟି ଦିଅନ୍ତୁ । ଏହାପରେ ଏହି ମିଶ୍ରଣର ଛୋଟ ଛୋଟ ଗୁଳା କରି ରଖନ୍ତୁ । ଏବେ ଅଟା ଗୁଳା ମଝିରେ ଛତୁକୁ ରଖି ପରଟା ଭଳି ବେଲନ୍ତୁ । ଏହି ପରଟାକୁ ତେଲ ପକାଇ ସେକି ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଛତୁ ପରଟା । ଏହାକୁ ବିନା ପିଆଜ ରସୁଣରେ ମଧ୍ୟ କରି ପାରିବେ । ଏହାକୁ ଟମାଟୋ ସସ କିମ୍ବା ଚଟଣି ସହ ଗରମ ଗରମ ପରସନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More