Only for Entertainment

ମ୍ୟୁଜିକ ଭିଡିଓ ‘ରଙ୍ଗ ଦେ’ ରେ ଶୁଣିବାକୁ ମିଳିଲା ରାହତ ଫତେ ଅଲୀ ଖାନଙ୍କ ମ୍ୟାଜିକାଲ ଭଏସ ।

you tube
0 32

ଦର୍ଶକଙ୍କୁ ନୂଆ ନୂଆ ଗୀତ ଭେଟି ଦେଉଥିବା ଜି ମ୍ୟୁଜିକ କମ୍ପାନୀ ନିକଟରେ ନିଜର ରୋମାଣ୍ଟିକ ମ୍ୟୁଜିକ ଭିଡିଓ ‘ରଙ୍ଗ ଦେ’ ରିଲିଜ କରିଛି । ଜି ମ୍ୟୁଜିକ କମ୍ପାନୀର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏହି ମ୍ୟୁଜିକ ଭିଡିଓକୁ ରିଲିଜ କରାଯାଇଛି । ଏହି ମ୍ୟୁଜିକ ଭିଡିଓରେ ବଲିଉଡ ସିଙ୍ଗର ରାହତ ଫତେ ଅଲ୍ଲୀ ଖାନଙ୍କ ଭଏସର ଯାଦୁ ଶୁଣିବାକୁ ମିଳିଛି । କେବଳ ରାହତ ଫତେ ଅଲ୍ଲୀ ଖାନ ନୁହେଁ ସୁମ୍ବାଲ ଖାନଙ୍କ କଣ୍ଠସ୍ୱର ମଧ୍ୟ ଗୀତରେ ଶୁଣିବାକୁ ମିଳିଛି । ଗୀତରେ ମ୍ୟୁଜିକ ଏବଂ ଲିରିକ୍ସ ଲେଖିଛନ୍ତି ଆୟାଜ ସୋନୁ ।

ଏହି ଗୀତରେ ଅରବାଜ ଖାନ ଏବଂ ସ୍ୱମ୍ବାଲ ଖାନଙ୍କ ରୋମାଣ୍ଟିକ କେମେଷ୍ଟ୍ରୀ ନଜର ଆସିଛି । ସୁମ୍ବାଲ ଖାନ ଗୀତରେ ଭଏସ ଦେବା ସହିତ ଅଭିନୟ ମଧ୍ୟ କରିଛନ୍ତି । ଏହାର ନିର୍ଦ୍ଦେଶନା ସଲିମ ଖାନ ଦେଇଥିବା ବେଳେ ସୁମ୍ବାଲ ଖାନ ପ୍ରଡକ୍ସନରେ ଏହାକୁ ନିର୍ମାଣ କରାଯାଇଛି । ନିଗାହ ହୁସେନ ଏହାର କେରିଓଗ୍ରାଫି ଦାୟିତ୍ୱ ତୁଲାଇଛନ୍ତି । ଦର୍ଶକେ ଏହି ମ୍ୟୁଜିକ ଭିଡିଓକୁ ଖୁବ ପସନ୍ଦ କରିଛନ୍ତି । ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ମ୍ୟୁଜିକ ଭିଡିଓକୁ ୨ ଲକ୍ଷରୁ ଆଧିକ ଭ୍ୟୁଜ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More