Only for Entertainment

ରିଲିଜ ହେଲା ରୋମାଂଟିକ୍ ଚଳଚ୍ଚିତ୍ର ‘ଅଜବ ସଂଜୁର ଗଜବ ଲଭ୍’ ର ରୋମାଂଟିକ୍ ଗୀତ ‘ମୁସ୍କିଲ୍ ହୈ ଜିନା’ର ଷ୍ଟୁଡିଓ ଭର୍ସନ୍

43

ଓଡିଆ ଇଣ୍ଡଷ୍ଟ୍ରୀରେ ପ୍ରସ୍ତୁତ ହେଉଛି ରୋମାଂଟିକ୍ ଚଳଚ୍ଚିତ୍ର ‘ଅଜବ ସଂଜୁର ଗଜବ ଲଭ୍’ । ଏହି ଅପକମିଂ ସିନେମାରେ ସ୍ଥାନ ପାଇବାକୁ ଥିବା ରୋମାଂଟିକ୍ ଗୀତ ‘ମୁସ୍କିଲ୍ ହୈ ଜିନା’ର ଷ୍ଟୁଡିଓ ଭର୍ସନ୍ ଏବେ ରିଲିଜ୍ ହୋଇଛି । ଏହି ରୋମାଂଟିକ୍ ଗୀତରେ କଣ୍ଠଦାନ କରିଛନ୍ତି ଅଭିନେତା ବାବୁଶାନ୍ ଓ ଦୀପ୍ତିରେଖା । ଗୀତରେ ପୁଣିଥରେ ନିଜ ଗାୟିକିର ଯାଦୁ ଦେଖାଇଛନ୍ତି ବାବୁଶାନ୍ ।

ବାବୁଶାନଙ୍କ ସହ ଏଠି ନଜର ଆସିଛନ୍ତି କଣ୍ଠଶିଳ୍ପୀ ଦୀପ୍ତିରେଖା । ଷ୍ଟୁଡିଓରେ ଉଭୟ ବାବୁଶାନ ଓ ଦୀପ୍ତିରେଖା ଗୀତ ଗାଇବାରେ ନଜର ଆସିଛନ୍ତି । ମ୍ୟୁଜିକ୍ ଡିରେକ୍ଟରଙ୍କ କମାଣ୍ଡରେ ତାଳରେ ତାଳ ମିଶାଇ ଗୀତ ଗାଇଛନ୍ତି ବାବୁଶାନ୍ ଓ ଦୀପ୍ତିରେଖା । ମ୍ୟୁଜିକ୍ ଡିରେକ୍ଟର୍ ପ୍ରେମ ଆନନ୍ଦଙ୍କ ସଙ୍ଗୀତରେ ପ୍ରସ୍ତୁତ ହୋଇଥିବା ଏହି ମସ୍ତ ରୋମାଂଟିକ୍ ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି ସୁବ୍ରତ ସ୍ୱାଇଁ ।

ଆଗାମୀ ରୋମାଂଟିକ୍ ଚଳଚ୍ଚିତ୍ର ‘ଅଜବ ସଂଜୁର ଗଜବ ଲଭ୍’ରେ ଶୁଣିବାକୁ ମିଳିବ ଏହି ରୋମାଂଟିକ୍ ଗୀତ । ଏହି ସିନେମାରେ ପୁଣିଥରେ ପରଦାରେ ରୋମାନ୍ସ କରିବାକୁ ଯାଉଛନ୍ତି ଅଭିନେତା ବାବୁଶାନ୍ ମହାନ୍ତି ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ସାଇ ଶ୍ରଦ୍ଧା ପ୍ରଡକ୍ସନ୍ ବ୍ୟାନର୍ରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ନିହାର୍ ସାମଲ୍ ଓ ବିନି ସାମଲ୍ ଏବଂ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଶୋକ ପତି । ଫିଲ୍ମର ସୁଟିଂ ଏବେ ଜୋର୍ ସୋର୍ରେ ଚାଲିଛି । ଆସନ୍ତା ବର୍ଷ ପରଦାକୁ ଆସିବ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More