Only for Entertainment

ହନୁମାନ ମନ୍ଦିରର ପୁନଃନିର୍ମାଣ କଲେ ମୁସଲିମ ଯୁବକ !

panjab keshri
0 46

ସାଂପ୍ରଦାୟିକ ଶକ୍ତି ଯୋଗୁଁ ଦେଶ ଦେଶ ମଧ୍ୟରେ ବିବାଦ ଲାଗୁଥିବା ବେଳେ ଏକ ଏଭଳି ସ୍ଥାନ ରହିଛି ଯେଉଁଠି ହିନ୍ଦୁ ମୁସଲିମ ଭାଇଚାରା ଏବେ ମଧ୍ୟ ବଜାୟ ରହିଛି । ଗୁଜୁରାଟସ୍ଥିତ ଅହମଦାବାଦରେ ଜଣେ ମୁସଲିମ ଯୁବକ ୧୦୦ବର୍ଷ ପୁରାତନ ହନୁମାନ ମନ୍ଦିରର ପୂନଃ ନିର୍ମାଣ କରିଛନ୍ତି । ଏହି ମନ୍ଦିର ଅହମଦାବାଦର ମିର୍ଜାପୁର ହନୁମାନ ଗଳିରେ ଅବସ୍ଥିତ ଅଟେ । ଏଠାରେ କହି ରଖୁଛୁ ଯେ ଏହି ମନ୍ଦିରର ପୁନଃ ନିର୍ମାଣ ପାଇଁ ଦୁଇ ସପ୍ତାହ ଲାଗିଥିଲା ।

ମିର୍ଜାପୁରସ୍ଥିତ ଏହି ମନ୍ଦିର ପାଖାପାଖି ୫୦୦ବର୍ଷ ପୁରାତନ । ଏହି ମନ୍ଦିରକୁ ଅନେକ ସଂଖ୍ୟାରେ ପୂଜା କରିବା ଲାଗି ଭକ୍ତ ମାନେ ଆସିଥାଆନ୍ତି । ମାତ୍ର କେହି ଏହାର ନିର୍ମାଣ କରୁ ନଥିଲେ । ମାତ୍ର ମନ୍ଦିରର ଖରାପ ଅବସ୍ଥା ଉପରେ ଜଣେ ମୁସଲିମ ବ୍ୟକ୍ତି ମୋଇନ ମେମନଙ୍କ ନଜର ପଡିଥିଲା । ମୋଇନ ଜଣେ ପେଶାଦାର ବିଲ୍ଡର ଅଟନ୍ତି । ଥରେ ସେ ମନ୍ଦିରର ପରିସ୍ଥିତିକୁ ଦେଖି ଏହାର ପୁନଃ ନିର୍ମାଣ କରିବା ଲାଗି ପ୍ରୟାସ ଆରମ୍ଭ କରିଥିଲେ ।

ଏହି ମନ୍ଦିରକୁ ସେ ଛୋଟ ବେଳୁ ଦେଖି ଆସୁଛନ୍ତି । ମନ୍ଦିରର ଏପରି ଅବସ୍ଥାକୁ ଦେଖି ତାଙ୍କ ମନରେ ଆଘାତ ଲାଗିଥିଲା । ତେଣୁ ସେ ମନ୍ଦିର କାର୍ଯ୍ୟ କରିବା ଲାଗି ପୂଜାରୀଙ୍କ ଠାରୁ ପରାମର୍ଶ ନେଇଥିବା ମୋଇନ କହିଛନ୍ତି । ଦେଶରେ ସମସ୍ତେ ଭାଇଚାରାରେ ରୁହନ୍ତୁ ବୋଲି ସେ ମଧ୍ୟ କହିଛନ୍ତି ।

ହଜାର ହଜାର ଭକ୍ତଙ୍କ ମଧ୍ୟରୁ ତାଙ୍କୁ ଏଭଳି କାର୍ଯ୍ୟ କରିବା ଲାଗି ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିବା ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More